ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ନୂତନ ସଂସଦ ଭବନରେ ବଦଳି ଯିବ ଡ୍ରେସ୍‌ କୋଡ୍‌, ସଫାରୀ ସୁଟ୍‌ ସ୍ଥାନରେ ମାର୍ଶଲ ପିନ୍ଧିବେ କ୍ରୀମ୍ କଲର କୁର୍ତ୍ତା ଓ ପାଇଜାମା

ନୂଆଦିଲ୍ଲୀ,୧୨।୯:  ଦେଶର ନୂତନ ସଂସଦ ଭବନ ତିଆରି ହୋଇଯାଇଛି। ଏବେ ନୂଆ ଭାରତର ଏହା ପ୍ରତୀକ ବୋଲି କୁହାଯାଉଛି। ଏହା ସହିତ ନିଷ୍ପତ୍ତି ମଧ୍ୟ ନିଆଯାଇଛି ଯେ, ନୂତନ ସଂସଦଭବନରେ ପ୍ରବେଶ ସହିତ ସେଠାରେ କାମ କରୁଥିବା କର୍ମଚାରୀଙ୍କ ଡ୍ରେସ ମଧ୍ୟ ବଦଳି ଯିବ।  ନୂଆ ଡ୍ରେସ୍ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ପାରମ୍ପରା ଅନୁସାରେ ହେବ। ମହିଳା କର୍ମଚାରୀଙ୍କୁ ନୂଆ ଡିଜାଇନ୍‌ ଶାଢୀ ପିନ୍ଧିବାକୁ ଦିଆଯିବ, ସେଭଳି ପୁରୁଷ କର୍ମଚାରୀଙ୍କ ପାଇଁ ମଧ୍ୟ ନୂଆ ଡ୍ରେସ୍ କୋଡ ଧାର୍ଯ୍ୟ କରାଯାଇଛି।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆ ସଂସଦ ଭବନରେ ମାର୍ଶଲ ସଫାରୀ ସୁଟ୍‌ ସ୍ଥାନରେ କ୍ରୀମ୍ ରଙ୍ଗର କୁର୍ତ୍ତା ଓ ପାଇଜାମା  ପିନ୍ଧିବେ। ଅଧିକାରୀଙ୍କୁ କ୍ରୀମ୍ ରଙ୍ଗର ସାର୍ଟ ପିନ୍ଧିବାକୁ ହେବ, ଯାହା ଉପରେ ଗୋଲାପୀ ପଦ୍ମ ପୁଲର ପ୍ରିଣ୍ଟ ରହିବ। ଏହି କର୍ମଚାରୀଙ୍କ ସାର୍ଟ ଉପରେ ମେରୁନ୍‌ ସ୍ଲିଭଲେସ୍‌ ଜ୍ୟାକେଟ୍ ମଧ୍ୟ ପିନ୍ଧିବକୁ ହେବ। ତଳେ ଖାକି ରଙ୍ଗର ପତଲୁନ ରହିବ।

କର୍ମଚାରୀଙ୍କ ପରିଧାନ ଉପରେ ପଦ୍ମ ଫୁଲ ପ୍ରିଣ୍ଟକୁ ନେଇ ବିବାଦ ହୋଇପାରେ। କାରଣ ଏହା ଶାସକ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଚିହ୍ନ। ତେବେ ବିକଳ୍ପ ଭାବରେ ଏହାକୁ ଭାରତୀୟ ପରମ୍ପରାର ପ୍ରତୀକ ବୋଲି କୁହାଯାଉଛି। ଏହି ଆଧାରରେ ଏହାକୁ ଜି-୨୦ର ଲୋଗୋରେ ମଧ୍ୟ ସାମିଲ କରାଯାଇଥିଲା। ତେବେ ସଂସଦର ସୁରକ୍ଷାରେ ମୁତୟନ ହେବାକୁ ଥିବା ଡ୍ୟୁଟି ଗାର୍ଡ(ପିଡିଜି) ନିଜ ୟୁନିଫର୍ମରେ ରହିବେ। 

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ମଇରେ ନୂତନ ସଂସଦ ଭବନର ଉଦଘାଟନ କରିଥିଲେ। ଏହି ସମୟରେ ନୂଆ ପରିଧାନ ପିନ୍ଧା ଯିବାର ଥିଲା,କିନ୍ତୁ କିଛି କାରଣ ପାଇଁ ଏଥିରେ ବିଳମ୍ବ ହୋଇଥିଲା।୧୮ ସେପ୍ଟେମ୍ବରରେ ସଂସଦର ବିଶେଷ ଅଧିବେଶନ ଡକାଯାଇଥିଲ। ଅଧିବେଶନ ପୁରୁଣା ଭବନରେ ଆରମ୍ଭ ହେବ, କିନ୍ତୁ ତା’ର ଆଗାମୀ ଦିନରୁ ସଂସଦୀୟ କାର୍ଯ୍ୟ ନୂତନ ସଂସଦ ଭବନରେ ଚାଲିବ।

parliament
india
dresscode

Copyright © 2022 - Summa Real Media Private Limited. All Rights Reserved.