ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଦୁଡୁକା ବାହାଲର ୨ ସାହିରେ ପାନୀୟ ଜଳ ସମସ୍ୟା, ମିଳୁନି ପାଇପ୍ ପାଣି, କୂଅ ପାଣି ଭରସା

କାଶୀପୁର, ୧୧/୧୧ : କାଶୀପୁର ବ୍ଲକ ଦୁଡୁକା ବାହାଲ ପଞ୍ଚାୟତ ସଦର ସ୍ଥିତ ବାବୁ ସାହି ଏବଂ ଗୌଡ଼ ସାହିରେ ପାନୀୟ ଜଳ ସମସ୍ୟା। ଏହି ୨ ସାହିର ପ୍ରାୟ ୪୦ ପରିବାର ଦୁଇ ହେଲା ପାଇପ ପାଣି ପାଇବାରୁ ବଞ୍ଚିତ ଅଛନ୍ତି। ଯାହା ଫଳରେ ସାହି ବାସିନ୍ଦା କୂଅର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । କୌଣସି ଏକ ସ୍ଥାନରେ ପାଇପ ଫାଟି ଥିବାରୁ ଉଠାଣିଆ ସ୍ଥାନରେ ଥିବା ଏହି ସାହିକୁ ପାଣି ଯିବାରେ ସମସ୍ୟା ହେଉଛି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପାଣି ସମସ୍ୟା ନେଇ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା ପ୍ରତିକାର ବ୍ୟବସ୍ଥା କରାଯାଉ ନଥିବା ଗ୍ରାମବାସୀ କହିଛନ୍ତି ।

ଗତ ବର୍ଷ ଦୁଡୁକା ବାହାଲ ଗ୍ରାମରେ ଡ଼ାଇରିଆ ଦେଖା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିଲେ। ପାନୀୟ ଜଳ ଦୂଷିତ ହେବା କାରଣରୁ ରୋଗ ବ୍ୟାପିଥିବା ଜଣାଯାଇଥିଲା। ତଥାପି ଏହି ଗ୍ରାମରେ ପାନୀୟ ଜଳର ସମସ୍ୟା ପ୍ରତି ବ୍ଲକ ପ୍ରଶାସନ ଗୁରୁତ୍ବ  ନଦେବା ଦୁର୍ଭାଗ୍ୟର ବିଷୟ ବୋଲି ଅଭିଯୋଗ କରାଯାଇଛି। ସାହିରେ ଥିବା କୂଅ ନିକଟରେ ଗଛଲତା ଥିବାରୁ ଏହାର ଶୁଖିଲା ପତ୍ର 
କୂଅ ପାଣିରେ ମିଶୁ ଥିବାରୁ ଜଳ ଦୂଷିତ ହେବାର ଆଶଙ୍କା ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ ନକଲେ ରାସ୍ତାରୋକ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ କହିଛନ୍ତି।
  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.