ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସର୍ଚ୍ଚ ଅପରେସନବେଳେ ଯବାନଙ୍କ ଦ୍ଵାରା ୧ ଲକ୍ଷ ଇନାମି ମହିଳା ମାଓବାଦୀ ଗିରଫ

ମାଲକାନଗିରି,୪/୩ : ଛତିଶଗଡ଼ର ବିଜାପୁରରେ ଜଣେ ୧ ଲକ୍ଷ ଇନାମି ମହିଳା ମାଓବାଦୀକୁ ସର୍ଚ ଅପରେସନ ବେଳେ ଯବାନମାନେ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋବ୍ରା ୨୦୪ ଏବଂ କେରିପୁ ୧୫୧ବାଟାଲିଆନର ଯବାନମାନେ ମିଳିତ ଭାବେ ଜରପାଲୀ ଜଙ୍ଗଲରେ ତଲାସି ଅଭିଯାନ କରିବାବେଳେ କିଛି ମହିଳା ଓ ପୁରୁଷ ଯବାନଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚି ପଳାଇବାକୁ ଉଦ୍ୟମ କରୁଥିବା ଦେଖି ଯବାନମାନେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ କାବୁ କରିଥିଲେ । 

ଏହାପରେ ତାଙ୍କ ନିକଟରୁ କିଛି ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିବା ସହ ତାଙ୍କୁ ପଚରାଉଚରାବେଳେ ସେ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ସ୍ଵୀକାର କରିବା ସହ ନିଜ ନାମ ରାମବାଇ କଟାମ ବୋଲି ପ୍ରକାଶ କରିଥିଲେ । ତେବେ ତାଙ୍କ ନାମରେ ୧ଲକ୍ଷର ଇନାମ ରାସୀ ରହିଥିବା ମଧ୍ୟ ଜଣା ପଡିଥିବା ବେଳେ ଯବାନମାନେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.