ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଗିବାକୁ ଯାଇଥିଲେ ବିଦ୍ୟୁତ୍ ବିଲ୍, ମାଲିକ ଛାଡ଼ିଦେଲେ କୁକୁର… ଆଉ ତା’ପରେ…

ଲକ୍ଷ୍ନୌ, ୦୮/୧୨: ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ଯାଇଥିଲେ, ପୋଷା କୁକୁର ଗୋଡ଼େଇ ଗୋଡ଼େଇ କାମୁଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ । ବିଦ୍ୟୁତ୍ ବିଲ୍ ମାଗିବାକୁ ଆସିଥିବା କର୍ମଚାରୀଙ୍କ ପଛରେ ମାଲିକ ପୋଷା କୁକୁରକୁ ଛାଡ଼ି ଦେଇଥିଲେ ।

କୁକୁର କାମୁଡ଼ାରେ ବିଦ୍ୟୁତ୍ ଜେଇଙ୍କ ସହ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଜେଇଙ୍କ ହାତ ଓ ଅନ୍ୟ କର୍ମଚାରୀଙ୍କ ଗୋଡ଼କୁ କାମୁଡ଼ି ଦେଇଛି କୁକୁର । ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଲିକଙ୍କ ପୋଷା କୁକୁର କାମୁଡ଼ିଥିବା ବେଳେ ସେ କର୍ମଚାରୀଙ୍କ ସହ ମାଡ଼ପିଟ୍ କରିଥିବା ଜଣାପଡ଼ିଛି ।

ଘଟଣାରେ ବିଦ୍ୟୁତ୍ ବିଭାଗ ଜେଇ ଅଭିଯୁକ୍ତ ଘର ମାଲିକ, ତାଙ୍କ ପୁଅଙ୍କ ସହ ଅନ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି । ଆହତ ବିଦ୍ୟୁତ୍ କର୍ମଚାରୀଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି ପୋଲିସ ।

ବୁଲନ୍ଦସହରର ଅମ୍ବା କଲୋନୀରେ ଏହି ଘଟଣା ଘଟିଛି । ଗୁରୁବାର ଜଣେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ଚୋରି ପାଇଁ ଜରିମାନା ଆଦାୟ କରିବାକୁ ଯାଇଥିଲେ ବିଭାଗର କର୍ମଚାରୀ । ଉପଭୋକ୍ତାଙ୍କ ଉପରେ ୩ ଲକ୍ଷ ୫୭ ହଜାର ଟଙ୍କା ବିଦ୍ୟୁତ୍ ବକେୟା ରହିଛି । ବିଦ୍ୟୁତ୍ କର୍ମଚାରୀ ବକେୟା ମାଗିବାରୁ ସେ ଦେବାକୁ ମନା କରିଥିଲେ । ଯାହାକୁ ନେଇ କଥା କଟାକଟି ହେବାରୁ ମାଲିକ କୁକୁର ଛାଡ଼ି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.