ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ୍ ମସ୍କଙ୍କ ଟେସ୍‌ଲାର ବଡ଼ ନିଷ୍ପତ୍ତି, ସମଗ୍ର ବିଶ୍ବରେ ଚାକିରି ହରାଇବେ ୧୪ ହଜାର କାର୍ମଚାରୀ

ଓ୍ବାଶିଂଟନ ଡିସି:  ଲୋକପ୍ରିୟ ଇଲେକ୍ଟ୍ରିକ୍‌ ଭେଇକିଲ ନିର୍ମାତା କମ୍ପାନି ଟେସଲା ଛଟେଇ କରିବାକୁ ଯାଉଛି । ଟେସଲା ସିଇଓ ଏଲନ ମସ୍କ ଟେସ୍‌ଲାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି ।   ଇଲେକ୍ଟ୍ରିକ୍‌ କାରର ଡିମାଣ୍ଡ କମୁଥିବା ନେଇ କାରଣ ଦର୍ଶାଇ କମ୍ପାନି ଏଭଳି ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଚାକିରି ହରାଇବାକୁ ଥିବା କର୍ମଚାରୀଙ୍କୁ ଏଲନ ମସ୍କ ଇମେଲ୍‌ କରିଛନ୍ତି । ଗୋଟିଏ ଗୋଟିଏ ବିଭାଗରେ ଏକାଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।  ସେହିଭଳି କେତେକ ସ୍ଥାନରେ କାର୍ଯ୍ୟ କରିବାର ଶୈଳୀରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ।  

ଏଲନ ମସ୍କ କହିଛନ୍ତି ଯେ, ସମଗ୍ର ବିଶ୍ବରୁ ଟେସଲାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛୁ ।  ସେ ଆହୁରି କହିଛନ୍ତି ଯେ,ଟେସଲା ନିଜର ସଫଳତା ଲାଗି ଆଗାମୀ ଫେଜରେ ପ୍ରବେଶ କରିବାକୁ ଯାଉଛି । ତେଣୁ କମ୍ପାନିର ଖର୍ଚ୍ଚ କାଟ କରିବା ସହ ଉତ୍ପାଦନ ବୃଦ୍ଧି କରିବା ଦରକାର ।  ବିଶ୍ଳେଷଣ କଲା ପରେ ଆମେ ଜାଣିବାକୁ ପାଇଲୁ କମ୍ପାନିର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାର ଆବଶ୍ୟକତା ରହିଛି । ଏମିତି ନିଷ୍ପତ୍ତି ନେବା ଲାଗି କଷ୍ଟ ହେଉଥିଲେ ବି ଏହା ଜରୁରି ବୋଲି ଏଲନ ମସ୍କ କହିଛନ୍ତି ।  

ଗତବର୍ଷ ପର୍ଯ୍ୟନ୍ତ ଟେସଲାରେ ୧, ୪୦, ୪୭୩ କର୍ମଚାରୀ ଥିଲେ ।  ଆଉ ଏବେ ପ୍ରାୟ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇସାରିଛି ଏଲନ ମସ୍କଙ୍କ ଟେସ୍‌ଲା । ସେପଟେ ଟେସଲା କାର ବିକ୍ରି କ୍ଷେତ୍ରରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି ।  ୪ ବର୍ଷ ମଧ୍ୟରେ କୌଣସି ଏକ ତ୍ରୈମାସିକରେ ଟେସଲା କାର ବିକ୍ରି ଆଶାତୀତ ହ୍ରାସ ପାଇଛି । ଆଗକୁ ଆହୁରି କାର ବିକ୍ରି କମିବ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଗତ ଜାନୁଆରି ମାସରେ କମ୍ପାନିର ମୁଖ୍ୟ ଫାଇନାନ୍ସିଆଲ ଅଫିସର ବୈଭବ ତନେଜା କହିଥିଲେ ଯେ, ଆମକୁ ଗୋଟିଏ ଗୋଟିଏ ପଇସା ବଞ୍ଚାଇବା ଦରକାର । ଆମ ପାଖରେ ମଜଭୁତ ଟିମ୍‌ ରହିଛି, ଯିଏ ଏହି ଦିଗରେ କାର୍ଯ୍ୟ କରୁଛି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଟେସଲା ୨୦୨୨ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । 

 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.