ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ, ପ୍ରଥମ ପାଳିରେ ୨୫୩ ରନ୍‌ରେ ଅଟକିଲା ଇଂଲଣ୍ଡ

Image Courtesy: abplive

ବିଶାଖାପଟନମ: ବିଶାଖାପାଟନମ୍‌ରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଟିମ ମଜବୁତ ସ୍ଥିତିରେ ରହିଛି । ଯଶସ୍ଵୀ ଜୟସ୍ଵାଲଙ୍କ ଦମଦାର ଦ୍ଵିଶତକ ପରେ ଯଶପ୍ରୀତ ବୁମରାଙ୍କ ଦମଦାର ବୋଲିଂ ଇଂଲଣ୍ଡ ଲାଗି ଘାତକ ସାବ୍ୟସ୍ତ ହୋଇଛି ।  ଦ୍ଵିତୀୟ ପାଳିରେ  ଇଂଲଣ୍ଟ ଟିମ୍‌ ୨୫୩ ରନ୍‌ରେ ଅଲଆଉଟ୍‌ ହୋଇଛି । ଭାରତର ପ୍ରଥମ ଇନିଂସ ୩୯୬ ରନ ଜବାବରେ  ଇଂଲଣ୍ଡ ୨୫୩ ରନରେ ଅଟିକି ଯାଇଛି । ଏଥିସହ ଭାରତ ୧୪୩ ରନର ଅଗ୍ରଣୀ ହାସଲ କରିଛି । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ ହାସଲ କରିବା ସହ ୭୬ ରନ କରିଛନ୍ତି । ଅଧିନାୟକ ବେନ ଷ୍ଟୋକ୍ସ ୪୭ ରନ କରିଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ ଓ କୁଲଦୀପ ଯାଦବ ୩ ଓ୍ଵିକେଟ୍ ନେଇଛନ୍ତି । ଏହା ସହ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଆଜି ଭାରତ ୩୯୬ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଦୁଇ ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ଦିନିକିଆ ଶୈଳୀରେ ବ୍ୟାଟିଂ କରି ୫୯ ରନ ଯୋଡ଼ିଥିଲେ । ବେନ ଡକେଟ୍(୨୧)ଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟପଟେ ଜ୍ୟାକ କ୍ରାଉଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଓଲି ପପ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ିଥିଲେ । କ୍ରାଉଲି ୭୮ ବଲରୁ ୧୧ ଚୌକା ଓ ୨ ଛକା ସହ ୭୬ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା । ବୁମରା ଶାଣିତ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂକୁ ବିପର୍ଯ୍ୟସ୍ତ କରିପକାଇଥିଲେ । 

୧୫୯ ରନରେ ଇଂଲଣ୍ଡ ଅଧା ଓ୍ଵିକେଟ୍ ହରାଇଥିଲା । ବେନ ଫୋକ୍ସ(୬) ଓ ରେହାନ ଅହମ୍ମଦ(୬)ଙ୍କୁ କୁଲଦୀପ ଯାଦବ ପାଭିଲିୟନ ପଠାଇଥିଲେ । ଅଧିନାୟକ ବେନ ଷ୍ଟୋକ୍ସ କ୍ରିଜରେ ସଂଘର୍ଷ କରି ୪୭ ରନ କରି ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ଟମ୍ ହାର୍ଟଲି(୨୧)ଙ୍କୁ ଆଉଟ୍ କରି ବୁମରା ନିଜର ପଞ୍ଚମ ସଫଳତା ହାସଲ କରିଥିଲେ । ଜେମ୍ସନ ଆଣ୍ଡରସନ(୬)ଙ୍କୁ ଆଉଟ୍ କରି ବୁମରା ଇଂଲଣ୍ଡର ପ୍ରଥମ ଇନିଂସକୁ ୨୫୩ ରନରେ ରୋକି ଦେଇଥିଲେ । ଭାରତ ପକ୍ଷରୁ ବୁମରା ୪୫ ରନ ଦେଇ ୬ଟି ସଫଳତା  ହାସଲ କରିଛନ୍ତି । କୁଲଦୀପ ଯାଦବ ୭୧ ରନ ଦେଇ ୩ ଓ ଅକ୍ଷର ପଟେଲ୍ ୨୪ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.