ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଝି ଆକାଶରେ ଟିସ୍ୟୁ ପେପରରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉଦ୍ୟୋଗୀ ,ଅବତରଣର ୬ ମିନିଟ୍‌ ପରେ ଆସିଲା ଫୋନ୍‌

କୋଲକାତା,୦୯/୦୨: ରାଜଧାନୀ ଦିଲ୍ଲୀରୁ କୋଲକାତା ଯାଉଥିବା ଏକ ବିମାନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରା କରୁଥିଲେ । ଯାତ୍ରା ବେଳେ ତାଙ୍କୁ ବିମାନ ମଧ୍ୟରେ ଏକ ଚିଠି ମିଳିଥିଲା । ଏଥିରେ ଏକ ବ୍ୟବସାୟିକ ପ୍ରସ୍ତାବ ସଂକ୍ରାନ୍ତରେ ଉଲ୍ଲେଖ ଥିଲା । ବିମାନରେ ଯାତ୍ରା କରୁଥିବା ଜଣେ ଉଦ୍ୟୋଗୀ ଟିସ୍ୟୁ ପେପରରେ ଏହି ଚିଠି  ଲେଖିଥିଲେ । ତେବେ କୋଲକାତାରେ ବିମାନଟି  ଅବତରଣ କରିବାର ମାତ୍ର ୬ ମିନିଟ୍‌ ପରେ ତାଙ୍କ ପାଖକୁ ଫୋନ୍‌କଲ୍‌ ଆସିଥିଲା । ଏଥିରେ ବ୍ୟବସାୟ ବାବଦରେ ଆଲୋଚନା ପାଇଁ କୁହାଯାଇଥିଲା ।  ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

ଘଟଣାଟି ଫେବ୍ରୁଆରୀ ୨ରେ ଘଟିଥିଲା । ବିସ୍ତାରା  ବିମାନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରା  କରୁଥିଲେ । ବିମାନରେ ବସିଥିବା ଉଦ୍ୟୋଗୀ ଅକ୍ଷୟ  ସତ୍‌ନାଲିୱାଲା ପ୍ରୋଟୋକଲ୍‌ ଯୋଗୁ ମନ୍ତ୍ରୀଙ୍କୁ ଭେଟିପାରି  ନ ଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି  ଜୁଟିଲା । ସେ ଏକ ଟିସ୍ୟୁ ପେପରରେ ନିଜ ବ୍ୟବସାୟ  ଚିନ୍ତାଧାରା ଲେଖି କୌଣସିମତେ ରେଳମନ୍ତ୍ରୀଙ୍କ  ପାଖରେ ପହଞ୍ଚାଇଥିଲେ । ତେବେ ସେ ଭାବି ନ  ଥିଲେ ଯେ ତାଙ୍କର ଏହି ପ୍ରସ୍ତାବ ଆଗକୁ ବଢ଼ିବ ।  କିନ୍ତୁ ବିମାନଟି ଅବତରଣ କରିବାର ମାତ୍ର ୬ ମିନିଟ୍‌  ପରେ ଆଲୋଚନା ପାଇଁ ତାଙ୍କୁ ଫୋନ୍‌ ଆସିଥିଲା । 

ଚିଠିରେ ସେ ଲେଖିଥିଲେ, ସାର୍‌ ମୁଁ ଇଷ୍ଟର୍ନ  ଅର୍ଗାନିକ୍‌ ଫର୍ଟିଲାଇଜର ପ୍ରାଇଭେଟ୍‌ ଲିମିଟେଡ୍‌କୁ  ପ୍ରତିନିଧିତ୍ୱ କରୁଛି । ଯାହା କି ପଶ୍ଚିମବଙ୍ଗର ସବୁଠୁ  ବଡ଼ ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ କମ୍ପାନି ମଧ୍ୟରୁ  ଅନ୍ୟତମ । ଯଦି ଆପଣ ମୋତେ ସୁଯୋଗ ଦିଅନ୍ତି,  ତେବେ ମୁଁ ଆପଣଙ୍କୁ ଦେଖାଇବାକୁ ଚାହିଁବି ଯେ  ରେଳପଥ କିଭଳି ଯୋଗାଣ ଶୃଙ୍ଖଳର ଅଭିନ୍ନ ଅଙ୍ଗ  ବନିପାରିବ ଏବଂ କେମିତି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ  ଭାରତ ଅଭିଯାନରେ ବି ଯୋଗଦାନ ଦେଇପାରିବ । 

ବିମାନ ଅବତରଣ କରିବା ପରେ ଅକ୍ଷୟ  ସତ୍‌ନାଲିୱାଲାଙ୍କୁ ଇଷ୍ଟର୍ନ ରେଲୱେ ମୁଖ୍ୟାଳୟ  ମହାପ୍ରବନ୍ଧକ ମିଳିନ୍ଦ କେ ଦେଉସକରଙ୍କ ଅଫିସରୁ ଫୋନ୍‌କଲ୍‌ ଆସିଥିଲା । ଫେବ୍ରୁଆରୀ  ୬ରେ ମୁଖ୍ୟାଳୟରେ ଉଭୟଙ୍କ ମଧ୍ୟରେ ବୈଠକ  ବସିଥିଲା । ପୃଥକ୍‌ ପୃଥକ୍‌ ଶିଳ୍ପର ବର୍ଜ୍ୟବସ୍ତୁକୁ ଛତିଶଗଡ଼ର ରାୟପୁରରୁ ଓଡ଼ିଶାର ରାଜଗାଙ୍ଗପୁର  ପର୍ଯ୍ୟନ୍ତ ଭଳି ଅଞ୍ଚଳର ଆବର୍ଜନା କ୍ରେତାଙ୍କ ନିକଟରେ  କିଭଳି ପହଞ୍ଚାଇ ହେବ, ତାହା ନେଇ ବୈଠକରେ  ସତ୍‌ନାଲିୱାଲା ବିସ୍ତୃତ ଭାବେ ବତାଇଥିଲେ । 

ଇଷ୍ଟର୍ନ ରେଲୱେର ମୁଖ୍ୟ ଲୋକସମ୍ପର୍କ  ଅଧିକାରୀ କହିଛନ୍ତି, ରେଳମନ୍ତ୍ରୀଙ୍କ ପାଖକୁ ଏକ  ଟିସ୍ୟୁ ପେପରରେ ଲେଖାଯାଇଥିବା ବ୍ୟବସାୟ ପ୍ରସ୍ତାବ  ଉପରେ ଇଷ୍ଟର୍ନ ରେଲୱେ ନେଇଥିବା ପଦକ୍ଷେପକୁ  ନେଇ ସତ୍‌ନାଲିୱାଲାଙ୍କ କମ୍ପାନି ଖୁସି ବ୍ୟକ୍ତ କରିଛି ।  ଏହି ସକାରାତ୍ମକ ପ୍ରତିକ୍ରିୟା ପରେ ଇଷ୍ଟର୍ନ ଅର୍ଗାନିକ୍‌  ଫର୍ଟିଲାଇଜର ପ୍ରାଇଭେଟ୍‌ ଲିମିଟେଡ୍‌ ରେଳମନ୍ତ୍ରୀ ଏବଂ  ଇଷ୍ଟର୍ନ ରେଲୱେ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛି ।

Also Read :-

ଆସନ୍ତା ୧୭ରେ ‘ଇନ୍‌ସାଟ୍‌-୩ଡିଏସ୍‌’ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ, ପାଣିପାଗ-ବିପର୍ଯ୍ୟୟ ପୂର୍ବାନୁମାନ କରିବ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.