ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମି ଦୁର୍ନୀତି ମାମଲା: ବଢ଼ିଲା ରିମାଣ୍ଡ ଅବଧି, ୨୭ରେ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି

ରାଞ୍ଚି,୧୩/୦୨: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଉପରେ ସୋମବାର ରାଞ୍ଚି ହାଇକୋର୍ଟରେ ଶୁଣାଣି ହୋଇଥିଲା । ଅଦାଲତ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଥରକରେ ନିଜ ଯୁକ୍ତି ରଖିବା  ପାଇଁ କହିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୭ରେ ହେବ ।  

ସୋମବାର ରିମାଣ୍ଡ ଶେଷ ହେବା ପରେ ଇଡି ହେମନ୍ତଙ୍କୁ ହାଜର କରାଇଥିଲା । ଇଡି ଆଉ ୪  ଦିନ ରିମାଣ୍ଡ ମାଗିଥିଲା ।  କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ହେମନ୍ତଙ୍କୁ ଇଡି ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ  ପଚରାଉଚରା କରିପାରିବ । ହାଇକୋର୍ଟରେ ହେମନ୍ତଙ୍କ ତରଫରୁ  ବରିଷ୍ଠ ସୁପ୍ରିମକୋର୍ଟ ଓକିଲ କପିଲ ସିବଲ, ଝାଡ଼ଖଣ୍ଡର  ମହାଧିବକ୍ତା (ଆଡ୍‌ଭୋକେଟ୍‌ ଜେନେରାଲ୍‌) ରାଜୀବ ରଞ୍ଜନ  ଏବଂ ଅଧିବକ୍ତା ପୀୟୂଷ ଚିତ୍ରେଶ ପକ୍ଷ ରଖିଥିଲେ । ଇଡି  କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହେମନ୍ତ ହାଇକୋର୍ଟରେ  ଆବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.