ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକର ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ, ୨୦୨୨ରୁ ଖାଲି ପଡ଼ିଥିଲା ପଦବୀ

Image Courtesy: thewire

ନୂଆଦିଲ୍ଲୀ: ଲୋକପାଳ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‌ ଖାନୱିଲକର ।୨୭ ମେ ୨୦୨୨ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ବୋଷ ଦାୟିତ୍ୱରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ସେବେଠାରୁ ଲୋକପାଳର ନ୍ୟାୟିକ ସଦସ୍ୟ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଅଜୟ ମାଣିକରାଓ ଖାନୱିଲକରଙ୍କୁ ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । 

ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗପ୍ପା ନାରାୟଣ ସ୍ୱାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅବସ୍ତିଙ୍କୁ ମଧ୍ୟ ନିଯୁକ୍ତ ଦିଆଯାଇଛି। ସେହିପରି ସୁଶୀଲ ଚନ୍ଦ୍ର, ପଙ୍କଜ କୁମାର ଏବଂ ଅଜୟ ତିର୍କିଙ୍କୁ ଲୋକପାଳର ଅଣନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ବିଚାରପତିମାନେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟଭାର ସମ୍ଭାଳିବେ । 

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଚୟନ କମିଟିର ସୁପାରିଶ ଆଧାରରେ ଲୋକପାଲର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଇଛି । ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଲୋକପାଳରେ ଚାରିଜଣ ଲେଖାଏଁ ନ୍ୟାୟିକ ଏବଂ ଅଣ-ନ୍ୟାୟିକ ସଦସ୍ୟ ରହିପାରିବେ । ତେବେ ଜଷ୍ଟିସ ଖାନୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । 

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.