ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରଦ୍ଧାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ, ଅଭିନେତ୍ରୀ ରାଜି ହେଲେ କରିବେ ବିବାହ

ନୂଆଦିଲ୍ଲୀ ୧୧/୦୨: ଶ୍ରଦ୍ଧା କପୁରଙ୍କ ପ୍ରେମର ଯାତ୍ରା ବେଶ୍‌ ଦୀର୍ଘ। ତେବେ ତାଙ୍କର ଏହି ଯାତ୍ରାପଥର ସାଥି ସାଜିଛନ୍ତି ଏକାଧିକ। କେତେବେଳେ ସେ ଆଦିତ୍ୟ ରାୟ କପୁରଙ୍କ ସହ ସମ୍ପର୍କରେ ଥିଲେ ତ ପୁଣି କେତେବେଳେ ଫରହାନ ଅଖତରଙ୍କ ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍‌ ବି କରୁଥିଲେ। ବର୍ତ୍ତମାନ ଯଦିଓ ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ଜଣକ ହେଉଛନ୍ତି ଚିତ୍ରନାଟ୍ୟ ନିର୍ଦ୍ଦେଶକ ରାହୁଲ ମୋଦି। ତେବେ ପ୍ରେମର ଦୀର୍ଘ ଯାତ୍ରାପଥ ପାର୍‌ କରି ସାରିବା ପରେ ଏବେ ତାଙ୍କ ପାଖକୁ ଆସିଛି ବିବାହ ପ୍ରସ୍ତାବ।




ଶ୍ରଦ୍ଧାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ବିମୁଗ୍ଧ ପ୍ରଶଂସକ ଲେଖିଛନ୍ତି ସେ ଶ୍ରଦ୍ଧାଙ୍କୁ ବିବାହ କରିବାକୁ ଚାହାନ୍ତି। ଯଦି ଶ୍ରଦ୍ଧା ରାଜି ହୁଅନ୍ତି ତେବେ ସେ ତାଙ୍କୁ ବିବାହ କରିବେ। ଶ୍ରଦ୍ଧାଙ୍କ ଫଟୋ ଦେଖି ସେହି ପ୍ରଶଂସକଜଣକ ଶ୍ରଦ୍ଧାଙ୍କର ଖୁବ୍‌ ପ୍ରଶଂସା ବି କରିଛନ୍ତି। ଯଦିଓ ଶ୍ରଦ୍ଧା ଏ ନେଇ କିଛି କହିନାହାନ୍ତି। ତେବେ ତାଙ୍କର ଅନ୍ୟ ପ୍ରଶଂସକମାନେ କହୁଛନ୍ତି ଶ୍ରଦ୍ଧା ଏ ବିଷୟରେ କିଛି ନ କହିଲେ ବି ସେହି ପ୍ରଶଂସକ କରିଥିବା ଗୁଣଗାନକୁ ଝୁରି ହେଉଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.