ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବର୍ଷକରେ ୨୬ ଫ୍ଲାଟ୍ କିଣିଲେ ମହିଳା ଅଧିକାରୀ, ୨ ଦିନରେ ହୋଇଗଲା ପଞ୍ଜିକୃତ

ଜୟପୁର, ୧୭/୦୯: ଲୋକେ ଘରଟିଏ କିମ୍ବା ଜାଗାଟିଏ କିଣିଲେ ତାକୁ ପଞ୍ଜିକରଣ କରିବା ଲାଗି ମାସ ମାସ, ବର୍ଷ ବର୍ଷ ଧରି ଦୌଡ଼ିଥାନ୍ତି । ଅନେକ ସମୟରେ ଲାଞ୍ଚ ନଦେଲେ ଫାଇଲ୍ ଇଞ୍ଚେ ବି ଘୁଞ୍ଚେନି । କିନ୍ତୁ ରାଜସ୍ଥାନରୁ ଏକ ବଡ଼ ମାମଲା ଆସିଛି । ରାଜସ୍ଥାନ ସବିଚାଳୟରେ ସଚିବ ଥିବା ଜଣେ ମହିଳା ଅଧିକାରୀ ମାତ୍ର ୨ ଦିନରେ ୨୬ଟି ଫ୍ଲାଟର ପଞ୍ଜିକରଣ କରିଛନ୍ତି ।

ଗୋଟିଏ ବର୍ଷରେ ୨୬ଟି ଫ୍ଲାଟ୍ କିଣିବା ପରେ ମାତ୍ର ୨ ଦିନରେ ରେଜିଷ୍ଟ୍ରି କରାଯାଇଛି । ମହିଳା ଅଧିକାରୀ ଜଣଙ୍କ ଜ୍ୟୋତି ଭରଦ୍ୱାଜ ହୋଇଥିବା ବେଳେ ସେ ଜୟପୁର ସଚିବାଳୟରେ ସଚିବ ଅଛନ୍ତି । ଗତବର୍ଷ ସେ ୨୬ଟି ଫ୍ଲାଟ୍ କିଣିଥିବା ବେଳେ ୧୫ଟି ନିଜ ନାଁରେ ପଞ୍ଜିକରଣ କରିଛନ୍ତି । ୧୧ଟି ଫ୍ଲାଟ ତାଙ୍କ ପୁଅ ରୋଶନ ବଶିଷ୍ଠଙ୍କ ନାମରେ ପଞ୍ଜିକୃତ ହୋଇଛି । 

ଏସିଆ କପ୍ ଫାଇନାଲ୍: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ୬ ପରିବର୍ତ୍ତନ କଲା ଭାରତ

ମାମଲା ଏବେ କୋର୍ଟରେ ରହିଛି । ଏନେଇ ମହିଳା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ପ୍ରତିବର୍ଷ କର୍ମଚାରୀ ସେମାନଙ୍କ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଇଥାନ୍ତି । ବର୍ଷକରେ ୨୬ଟି ଫ୍ଲାଟ୍ କିଣିଥିବା ମହିଳା ଅଧିକାରୀ ତାଙ୍କ ସମ୍ପତ୍ତି ତାଲିକାରେ ମାତ୍ର ୩ଟି କୋଠା ଥିବା ଉଲ୍ଲେଖ କରିଛନ୍ତି । ସେଥିରେ ୨ଟି ନିଜ ନାଁରେ ଥିବା ଦର୍ଶାଇବା ସହ ଋଣ ଆଣି କରିଥିବା ଉଲ୍ଲେଖ କରିଥିଲେ ।

ଅନ୍ୟପଟେ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୨୦୨୨ ମାର୍ଚ୍ଚ ୪ ଓ ୫ ତାରିଖରେ ମହିଳା ଓ ତାଙ୍କ ପୁଅ ନାଁରେ ୨୬ଟି ଫ୍ଲାଟ୍ ପଞ୍ଜିକୃତ ହୋଇଛି । ଏସବୁ ଫ୍ଲାଟର ମୂଲ୍ୟ ୪ କୋଟି ୭୧ ଲକ୍ଷ ଟଙ୍କାରୁ ଅଧିକ । ଏଥିପାଇଁ ତାଙ୍କୁ ୩୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିଛି । ସଚିବଙ୍କ ଏ ସମ୍ପତ୍ତିକୁ ନେଇ ଏବେ ଜୋର୍ ଚର୍ଚ୍ଚା ହେଉଛି । ମାମଲା ସାମ୍ନାକୁ ଆସିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ୟୁକ୍ରେନ୍ ଯୁଦ୍ଧରୁ ବଡ଼ ଶିକ୍ଷା, ଦୂରଗାମୀ ଘାତକ ଅସ୍ତ୍ର ଜମା କରିବ ଭାରତ

Rajasthan

Copyright © 2022 - Summa Real Media Private Limited. All Rights Reserved.