ରୋମ୍ : ଗତ କିଛି ଦିନରେ ଅନେକ ଥର ଭୂକମ୍ପ ଝଟକାରେ ଉତ୍ତର ଭାରତ ଥରି ଉଠିଛି। ବଡ଼ ବଡ଼ ଭୂକମ୍ପର ଆଶଙ୍କାକୁ ନେଇ ଲୋକେ ଆତଙ୍କରେ ଅଛନ୍ତି। ସେପଟେ ଇଟାଲୀର ଏକ ଏମିତି ସହର ଅଛି ,ଯେଉଁଠି ପ୍ରତି ଘଣ୍ଟାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ। କୁହାଯାଉଛି କି, ମାସେ ଭିତରେ ହିଁ ୨୫୦୦ ଥର ଭୂକମ୍ପ ଆସି ସାରିଛି। ନେପଲ୍ସ, ପାଖ ପାଜ୍ଜୁଓଲି ନାମକ ସହରରେ ଏତେ ଭୂକମ୍ପ ଆସି ସାରିଛି ଯେ, ସରକାର ଏହି ସହରକୁ ହିଁ ଖାଲି କରିବାକୁ ଆଦେଶ ଦେଇ ସାରିଛନ୍ତି।
ଭୂକମ୍ପର କାରଣ କଣ –
କୁହାଯାଉଛି କି, ଏହି ସହର ପାଖରେ ହିଁ ଏକ ସକ୍ରିୟ ଜ୍ୱାଲାମୁଖୀ ଅଛି, ଯେଉଁଥି ପାଇଁ ପୃଥିବୀ ଦୋହଲି ଥାଏ। ଏହି ସହର ଇତିହାସରେ ଏକ ଗ୍ରିକ୍ କଲୋନୀ ଭାବେ ଥିଲା। ଇସାରୁ ୫୦୦ଶତାଦ୍ଦୀ ପୂର୍ବ ଯାଏ ଏଠାରେ ଗ୍ରୀକ୍ ଶାସନ ଥିଲା। ଏହାର ପ୍ରଭାବ ଏହି ସହରର କୋଠା ଆଦିରେ ଆଜି ମଧ୍ୟ ନଜର ଆସିଥାଏ। ଏଠାରେ ଇଟାଲୀର ୩ୟ ବଡ଼ ଏନଫିଥିଏଟର ଥିଲା। ଏହା ବ୍ୟତୀତ ଏଠାରେ ସେରାପିସ୍ ଦେବତାଙ୍କର ମନ୍ଦିର ମଧ୍ୟ ଅଛି।
ୱାଲ ଷ୍ଟ୍ରୀଟ୍ ଜର୍ନାଲର ରିପୋର୍ଟ ମୁତାବିକ, ଗତ କିଛି ମାସରେ ଏଠାର ପୃଥିବୀ ୨୫୦୦ ଥର ଦୋହଲି ସାରିଛି। ହେଲେ ଏହି ଝଟକା ଅଧିକ ବଡ଼ ନଥିଲା। ୨୭ ସେପ୍ଟେମ୍ୱରରେ ଆସିଥିବା ଭୂକମ୍ପ ସବୁଠୁ ବଡ଼ ଥିଲା , ଯାହାର ତୀବ୍ରତା ୪.୨ ମପା ଯାଇଛି। ଅନେକ ଦଶକରୁ ଏଠାରେ ଜ୍ୱାଳାମୁଖୀ ସକ୍ରିୟ ରହିଛି। ଏଠାରେ ଖୁବ୍ ତୀବ୍ର ଭୂକମ୍ପର ଆଶଙ୍କା ଦେଖା ଦେଇଛି। ଏଥିରେ ବହୁତ ଲୋକ ସହର ଛାଡ଼ି ଚାଲି ଯାଇଛନ୍ତି। ଏଠାରେ ଲୋକଙ୍କ କହିବାନୁସାରେ , ସେମାନେ ଛୋଟ ଛୋଟ ଭୂକମ୍ପରୁ ମଧ୍ୟ ଡ଼ରି ଯା’ନ୍ତି। ଯେବେ ଭୂକମ୍ପ ଆସିଥାଏ , ସେତେବେଳେ ସେ ଘରୁ ବାହାରକୁ ଆସି ଯା’ନ୍ତି। ଆଉ ଜଣେ ବ୍ୟକ୍ତି କହିଛନ୍ତି , ମୋର ତ ପରିବାର ହିଁ ଭାଙ୍ଗି ଯାଇଛି । ମୁଁ ଏଠାରେ ରହିବାକୁ ଚାହୁଁଛି , କିନ୍ତୁ ମୋ ପତ୍ନୀ ଅନ୍ୟ ସ୍ଥାନକୁ ଚାଲି ଯିବାକୁ ଚାହୁଁଛନ୍ତି ।
ସେ କହିଛନ୍ତି , ଯେବେ ଆମେ ରାତିରେ ଶୋଇଥାଉ ତ ଏକ ଖରାପ ସ୍ୱପ୍ନ ପରି ହୋଇଥାଏ । କେବେ କେବେ ନିଦରେ ଥାଉ , ସେତେବେଳେ ଝଟକା ଅନୁଭୂତ ହୋଇଥାଏ । କାଲି ଲଞ୍ଚ ପୂର୍ବରୁ ଦୁଇଥର ଭୂକମ୍ପ ଆସିଥିଲା ।