ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିଲେ RSSର ପୂର୍ବ ପ୍ରଚାରକ

ଭୋପାଳ, ୧୧/୦୯: ଚଳିତବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶରେ ନିର୍ବାଚନ ହେବ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସ୍ଏସ୍)ର କିଛି ପୂର୍ବତନ ସ୍ୱୟଂ ସେବକ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି । ଏହି ଦଳର ନାଁ ରଖିଛନ୍ତି ‘ଜନହିତ ପାର୍ଟି’ । ଦଳ ଗଠନ ସହ କହିଛନ୍ତି, ଏହି ପଦକ୍ଷେପ ରାଜନୈତିକ ଦଳ ଉପରେ ଶାସନରେ ସୁଧାର ଲାଗି ଚାପ ପକାଇବ ।

ଆରଏସ୍ଏସର ପୂର୍ବତନ ପ୍ରଚାରକ ଅଭୟ ଜୈନ୍ (୬୦) ରାଜଧାନୀ ଭୋପାଳ ନିକଟ ମିସରୋଦରେ ତାଙ୍କ ପୂର୍ବ ସହଯୋଗୀଙ୍କ ସହ ବୈଠକ ପରେ ନୂଆ ଦଳ ଘୋଷଣା କରିଛନ୍ତି । ‘ଜନହିତ ପାର୍ଟି’ ଗଠନ କରିବା ସହ କହିଛନ୍ତି, ସମସ୍ତ ରାଜନୈତିକ ଦଳର ସଂସ୍କୃତି ଗଣତନ୍ତ୍ରର ମୂଳ ଭାବନାର ବିରୋଧୀ ଅଟେ ।

କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି ପାଇଁ ଆସନ୍ତା ବର୍ଷରୁ ହେବ କମନ୍ ଏଲିଜିବିଲିଟି ଟେଷ୍ଟ, ଦେଶର ୧୧୭ ଜିଲ୍ଲାରେ ହେବ କେନ୍ଦ୍ର

ଦଳ ଗଠନ ସହ ଅଭୟ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ସେ ଆହୁରି କହିଛନ୍ତି, ତାଙ୍କ ଦଳ ପଞ୍ଜିକୃତ ହୋଇ ନଥିବା ବେଳେ ଲାଗୁଛି କ୍ଷମତାସୀନ ବିଜେପିର ଭୋଟ୍ ବାଣ୍ଟିବ । ୨୦୧୮ରେ ମଧ୍ୟପ୍ରଦେଶ ନିର୍ବାଚନରେ ସେ ନଥିଲେ, ବିଜେପି ହାରିଥିଲା । ସେତେବେଳେ ବିଜେପିର ଭୋଟ୍ କଂଗ୍ରେସ ବାଣ୍ଟି ନେଇଥିଲା । ଯାହାକି ଠିକ୍ ସ୍ଥିତି ନୁହେଁ ବୋଲି କହିଛନ୍ତି ଅଭୟ ଜୈନ୍ ।

ଅଭୟ ଆହୁରି କହିଛନ୍ତି, ମଧ୍ୟପ୍ରଦେଶର ବିଜେପି ସରକାରର କାର୍ଯ୍ୟକୁ ନେଇ ଲୋକେ ସନ୍ତୁଷ୍ଟ ନାହାନ୍ତି । ଆମେ ରାଜନୀତିକୁ ଆସିଲେ ବିଜେପିକୁ ନେଇ ସନ୍ତୁଷ୍ଟ ନଥିବା, ହିନ୍ଦୁ ମାନସିକତା ରଖୁଥିବା ଲୋକ ଆମକୁ ପସନ୍ଦ କରିବେ । ଯଦି ବିଜେପି ୫ଟି ଭୋଟ୍ ହରାଏ ତାହେଲେ ରାଜନୈତିକ ଗଣିତ ଅନୁସାରେ ତାର ଲାଭ ଆଉ କଂଗ୍ରେସ ପାଇବ ନାହିଁ । 

ବିବାହର ପ୍ରତିଶ୍ରୁତି ଦେଇ ୪୫ ହଜାର ଟଙ୍କା ଚୂନ ଲଗାଇଲେ ଯୁବତୀ, ନ୍ୟାୟ ପାଇଁ ଏ ଥାନାରୁ ସେ ଥାନା ଦୌଡ଼ୁଛନ୍ତି ଯୁବକ

  • BJP
  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.