ମୁମ୍ୱାଇ : ଗଦର-୨ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି । ସନି ଦେଓଲ ଓ ଅମିଷା ପଟେଲଙ୍କ ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୫୩୦.୮୦ କୋଟି ଟଙ୍କାର ଆୟ କରିଛି। ସେପଟେ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ଫିଲ୍ମଟି ୬୭୯.୫୦କୋଟି ଟଙ୍କାର ବ୍ୟବସାୟ କରିଛି। କହି ରଖୁଛୁ କି , ଗଦର-୨ ର ସଫଳତା ପରେ ଏବେ ଦର୍ଶକଙ୍କୁ ଗଦର-୩ର ଅପେକ୍ଷା ରହିଛି। ଏହି ଭିତରେ , ଫିଲ୍ମ ନିର୍ଦ୍ଦେଶକ ଅନିଲ ଶର୍ମା ଗଦରର ୩ୟ ପାର୍ଟ ସହ ଜଡ଼ିକ ଏକ ପ୍ରମୁଖ ସୂଚନା ସେୟାର କରିଛନ୍ତି ।
ଗଦର ଓ ଗଦର-୨ର ନିର୍ଦ୍ଦେଶକ ଅନିଲ ଶର୍ମା ଜୁମ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି କି ସେ ଗଦର-୩ରେ ପାକିସ୍ତାନ ଆଙ୍ଗଲକୁ ରଖିବେ ନାହିଁ। ସେ କହିଛନ୍ତି , ୩ୟ ପାର୍ଟରେ ତାରା ସିଂହ ପାକିସ୍ତାନ ଯିବେ ନାହିଁ । ଆମେ ଆମର ପଡୋଶୀ ଦେଶକୁ ନିଚ୍ଚା ଦେଖାଇବାକୁ ଚାହୁଁ ନାହୁଁ। ଏହା କେବଳ ଏକ ସଂଯୋଗ କି ଏବେସୁଦ୍ଧା ଆସିଥିବା ଦୁଇ ଗଦର ପାର୍ଟରେ ପାକିସ୍ତାନର ଆଙ୍ଗଲ ଅଛି । କିନ୍ତୁ ୩ୟ ପାର୍ଟରେ ଏମିତି ହେବ ନାହିଁ। ଆମେ ପାକିସ୍ତାନକୁ ସଫଳତାର ଫର୍ମୂଲା କରିବାକୁ ଚାହୁଁ ନାହୁଁ । ଆମେ ଚାହୁଁ ନାହୁଁ କି ଲୋକେ ଆମକୁ ଆଣ୍ଟି ପାକିସ୍ତାନ ଭାବନ୍ତୁ, ଯାହା ଆମେ ନୁହେଁ।
ଏକ ସାକ୍ଷାତକାରରେ ଅନିଲ ଶର୍ମା କହିଥିଲେ କି, ସେ ଗଦର-୩ରେ ଗଦରର ଷ୍ଟାରଙ୍କୁ କାଷ୍ଟ କରିବେ। ଗଦର-୩କୁ ଆମେ ଗଦର ଓ ଗଦର-୨ ଉଭୟ ଠାରୁ ବଡ଼ ସ୍ତରରେ ତିଆରି କରିବୁ। ପ୍ରଥମ ଓ ଦ୍ୱିତୀୟ ପାର୍ଟ ଭଳି ୩ୟରେ ବି ସନି ଦେଓଲ ରହିବେ।