ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କଟକରେ ଏଥର ଗଣେଶ ଭସାଣିକୁ ଦୁଲୁକେଇବ ଥାମ୍ବୋଲାମ୍‌ ଓ ନାଇଡୁ ବ୍ୟାଣ୍ଡ୍‌, ଭରପୂର ମଜା ଉଠାଇବେ ସହରବାସୀ

କଟକ,୦୯/୦୯: ଢୋଲ ଓ ଝୁମକା, ତା ସହିତ ଆକର୍ଷଣୀୟ ବାଜା । ଗୋଟିଏ ପରେ ଗୋଟିଏ ରିଦିମ୍‌ । ବାଜା ସାଙ୍ଗକୁ ଅନେକ କଳା କୌଶଳ । ସେହିଭଳି ତେଲୁଗୁ ଡ୍ୟାନ୍ସ ଗୀତ ସହ ଏକାଧିକ ଭାଷାର ଗୀତ । ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ର ନିଆରା ଅନ୍ଦାଜ । ଏଭଳି କିଛି ଗୀତ ଓ ବାଜାରେ ଦୁଲୁକିବ ସହର । ସମସ୍ତେ ନାଚିବେ ଓ ଭରପୂର୍‌ ମନୋରଞ୍ଜନ କରିବେ । ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ଭସାଣିରେ ସମସ୍ତଙ୍କୁ ଝୁମାଇବାକୁ ଆସୁଛି କେରଳର ଥାମ୍ବୋଲାମ୍‌ ଓ ଆନ୍ଧ୍ରାର ପ୍ରସିଦ୍ଧ ନାଇଡୁ ବ୍ୟାଣ୍ଡ୍‌ । ଯାହାକୁ କଟକର ଦୁଇଟି କ୍ଲବ୍‌ ପକ୍ଷରୁ ଅଣାଯାଉଥିଲାବେଳେ ଏହାର ଭରପୂର ମଜା ଉଠାଇବେ ସହରବାସୀ ।

ପୂଜା ପାର୍ବଣକୁ ବେଶ୍‌ ଜାକଜମକରେ ପାଳନ କରିବା ହେଉଛି କଟକିଆଙ୍କ ସୌକ । ଏଥିପାଇଁ ରାଜ୍ୟର କୋଣଅନୁକୋଣରେ କିଛି ପ୍ରସିଦ୍ଧ ବ୍ୟାଣ୍ଡ୍‌ କିମ୍ବା ସୋ ଆସିବା ମାତ୍ରେ ତାହା ପ୍ରଥମେ କଟକରେ ଦେଖିବାକୁ ମିଳିଥାଏ । ଏହିକ୍ରମରେ ତୁଳସୀପୁର ମଠ ସାହି ଅଞ୍ଚଳରେ ରହିଥିବା ଶ୍ରୀ ରାମ କ୍ଲବର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ । କ୍ଲବ ସଦସ୍ୟ ସଂଖ୍ୟା ୩୨ । ଚଳିତ ବର୍ଷ ପୂଜା ପାଇଁ ପାଖାପାଖି ୫ଲକ୍ଷ ୭୮ହଜାର ଖର୍ଚ୍ଚ କରିବାକୁ ଯୋଜନା ରହିଛି । ଏହାସହ କ୍ଲବ ପକ୍ଷରୁ ଚଳିତ ବର୍ଷ ମୁମ୍ବାଇ ଢାଞ୍ଚାରେ ମୂର୍ତ୍ତି ନିର୍ମାଣ କରୁଛନ୍ତି କାଠଗଡା ସାହି (କୁମ୍ଭାର ସାହି)ର ଉଦୀୟମାନ ଯୁବ କାରିଗର ସୁରଜ୍‌ ମୁଦୁଲି । 

ଏଥର ଭସାଣି ପାଇଁ ଓଡ଼ିଶାକୁ ପ୍ରଥମ ଥର ପାଇଁ କ୍ଲବ ପକ୍ଷରୁ କେରଳର ସୁପ୍ରସିଦ୍ଧ ଥାମ୍ବୋଲାମ ବାଦ୍ୟ ଏବଂ ଯାଜପୁରର ମା’ ମ୍ୟୁଜିକାଲ୍‌, ପୁରୀର ନାଗା ନାଚ, ପିପିଲି ଘୋଡ଼ା ନାଚ, ସମ୍ବଲପୁର ପ୍ରସିଦ୍ଧ ଘଣ୍ଟବାଦ୍ୟ, ପାଞ୍ଚା ସୁପରଷ୍ଟାର ସହ ଅନ୍ୟାନ୍ୟ ଆୟୋଜନ ହେବ । କ୍ଲବ ପକ୍ଷରୁ ମେଲଣରେ ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ସଭାପତି ସଞ୍ଜୀବ ସାହୁ, ସମ୍ପାଦକ ସପନ ସାହୁ, କୋଷାଧ୍ୟାକ୍ଷ ଦୀପକ ସାହୁ ଓ  ସଦସ୍ୟମାନେ କହିଛନ୍ତି । 

ସେହିଭଳି କଟକ ଅଲିଶାବଜାର ଗୋପାଳ ସାହି ସ୍ଥିତ ମା’ ସିଦ୍ଧବାସେଳି କ୍ଲବ୍‌ ପକ୍ଷରୁ ବେଶ ଜାକଜମକରେ ମଧ୍ୟ ଗଣେଶ ପୂଜା ପାଳନ କରାଯିବ । ଏଥର କ୍ଲବ ପକ୍ଷରୁ ଆନ୍ଧ୍ରପ୍ରଦେଶର ଲୋକପ୍ରିୟ ନାୟଡୁ ବ୍ୟାଣ୍ଡ୍‌ ଅଣାଯିବ । କେବଳ ବ୍ୟାଣ୍ଡ୍‌ ପାର୍ଟିଂ ପାଇଁ ଏକ ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ କରାଯିବ । ଏହି ବ୍ୟାଣ୍ଡ୍‌ ଭସାଣିରେ ସମସ୍ତଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସଭାପତି ସୁବ୍ରତ କୁମାର ପରିଡା ଓ ସଂପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.