ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ ନିର୍ବାଚନ ପାଇଁ ଦଳଡିଆଁ ରାଜନୀତି: ପରାଜୟ ଭୟରେ ଶଙ୍ଖ ଧରିବେ ଅଧିରାଜ ! ଲମ୍ବୋଦରଙ୍କୁ ଟିକଟ ନ ମିଳିଲେ ସମୂହ ଇସ୍ତଫା ଚେତାବନୀ

ନୂଆପଡ଼ା,୨୩/୦୨: ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳଡିଆଁ ଓ ଟିକଟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ଆସନ୍ତା ନିର୍ବାଚନ ପୂର୍ବରୁ ଖଡ଼ିଆଳ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ପରାଜୟ ଭୟ ଘାରିଛି । ଯେଉଁ ଦଳରୁ ସେ ବିଜୟୀ ହୋଇଥିଲେ ଏବେ ସେହି ଦଳ ଉପରେ ଭରସା କରିପାରୁନାହାନ୍ତି । ପରାଜୟ ଭୟ ଆଶଙ୍କା ରହୁଥିବାରୁ ହାତଛାଡି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି ହୋଇଛି । ଅନ୍ୟପଟେ ଗତଥର ଖଡିଆଳ ବିଜେଡି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଏଥର ଟିକଟ ନମିଳିଲେ ବିଜେଡିରୁ ସାମୂହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ।  

୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୫୯,୩୦୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ଶ୍ରୀ ନିଆଲ ୫୬ ହଜାର ୪୫୧ ଖଣ୍ଡ ଭୋଟ ପାଇ ମାତ୍ର ୨୮୫୭ ଭୋଟରେ ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥିନୀ ରୀତାରାଣୀ ବଗର୍ତ୍ତୀ ୫୨,୨୪୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବର୍ଷେ ହେବ ବିଜେଡିର ବଡବଡିଆ ନେତାଙ୍କ ସହ ଅଧିରାଜଙ୍କ ସିଧାସଳଖ ସମ୍ପର୍କ ରହିଛି । ବିଧାନସଭା ହେଉକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅଧିରାଜ ଯାହା ମାଗିଛନ୍ତି, ରାଜ୍ୟ ସରକାର ତାହା ପୂରଣ କରିଛନ୍ତି । ଗତ ନିର୍ବାଚନରେ ଅଧିରାଜ ଖୁବକ୍‌ମ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଆଗାମୀ ନିର୍ବାଚନରେ ପୁଣି ବିଜେଡି ସହ ଲଢ଼େଇ କରି ବିଜୟୀ ହେବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏଥିପାଇଁ ଏବେ ସେ କଂଗ୍ରେସ ଛାଡି ବିଜେଡି ମୁହାଁ ହେଉଛନ୍ତି । ଭୁବନେଶ୍ୱର ନବୀନ ନିବାସରେ କମ୍‌ ଦିନ ଭିତରେ ଅଧିରାଜ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । 

ଅଧିରାଜ ଯୋଗଦେଲେ ବିଜେଡିରୁ ଟିକଟ ପାଇବେ ବୋଲି ଚର୍ଚ୍ଚା ହେବାରୁ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ବିଜେଡି ନେତା, କର୍ମୀ ମାରାଥନ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଛନ୍ତି । ଗତକାଲି ସିନାପାଲିରେ ବ୍ଲକ ବିଜେଡି ସଭାପତି ଗରୁଡଧ୍ୱଜ ବେହେରା ଓ ବୋଡେନରେ ବିଜେଡି ଜିଲ୍ଲା ସହ ସମ୍ପାଦକ ଯୋଗେନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଦୁଇଟି ସାମ୍ବାଦିକ ସମ୍ମିଳନୀରେ ବିଜେଡିରୁ ନୂତନ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ କରିବା ସହ ଗତଥର ବିଜେଡି ପ୍ରାର୍ଥୀ ଶ୍ରୀ ନିଆଲଙ୍କୁ ଟିକଟ ଦେବା ପାଇଁ  ଦାବି େହୋଇଛି । ଖଡ଼ିଆଳ ଅଗ୍ରେସନ ଭବନରେ ଜିଲ୍ଲା ବିଜେଡି ଉପସଭାପତି କୈଳାସ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ଶ୍ରୀ ନିଆଲଙ୍କ ନେତୃତ୍ୱରେ ୮ରୁ ୭ଟି ଜିଲ୍ଲା ପରିଷଦ ଆସନ ଦାଖଲ କରିଥିଲେ । ଗତଥର କମ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ଶ୍ରୀ ନିଆଲ ବିଜେଡି ପ୍ରାର୍ଥୀ ହେଲେ ବିଜୟ ସୁନିଶ୍ଚିତ ବୋଲି ଆଶା କରିଛନ୍ତି । ଶ୍ରୀ ନିଆଲଙ୍କୁ ଟିକଟ ନ ମିଳିଲେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ନେତା ଓ କର୍ମୀ ସାମୂହିକ ଭାବେ ବିଜେଡିରୁ ଇସ୍ତଫା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

  • PrameyaOdia
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.