ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରିରେ କିଏ ଟାଣିବ ରାଜନୀତିର ନକ୍ସା ? ସନ୍ତୋଷଙ୍କୁ ପୁଣି ଭରସା କରିବ କି ବିଜେଡି

ନୀଳଗିରି ୨୯/୨୦ (ବ୍ରଜକିଶୋର ପାଣି): ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ବିଜେଡି ଓ ବିଜେପିରେ ଦଳବଦଳ ପାଇଁ ରାଜନୀତି ମାନଚିତ୍ର ବଦଳିଥିଲା । ସେତେବେଳେ ଭୋଟର ଦଳକୁ ନା ନେତୃତ୍ୱକୁ ଭୋଟ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଗତ ନିର୍ବାଚନଠାରୁ ବିଜେଡିର ନେତୃତ୍ୱ ନେଇଥିବା ସନ୍ତୋଷ ଖଟୁଆ ବିଗତ ୫ ବର୍ଷରେ ଦଳକୁ ମଜଭୁତ କରିଥିବା ବେଳେ ପୁଣି ତାଙ୍କ ଉପରେ ଦଳର ସୁପ୍ରିମୋ ଆସ୍ଥା ପ୍ରକଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନୀଳଗିରିରେ ବିଧାୟକ ପ୍ରାର୍ଥୀ କିଏ ହେବ ଏନେଇ ରାଜନୀତି ତାତି ବଢ଼ିବାରେ ଲାଗିଛି । 

ବିଜେପି ଛାଡି ବିଜେଡିକୁ ଯିବା ପରେ ୨୦୧୯ରେ ଶ୍ରୀ ଖଟୁଆଙ୍କ ଉପରେ ଦଳର ସୁପ୍ରିମୋ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ୍‌ ଦେଇଥିଲେ। ହେଲେ ମାତ୍ର ମାସ କେଇଟା ସମୟ ପାଇ ମଧ୍ୟ ସେ ପୁରୁଖା ନେତା ଇଂ ନାୟକଙ୍କୁ କଡ଼ା ଟକ୍କର ଦେଇଥିଲେ । ୧୫୭୭ ଭୋଟ ବ୍ୟବଧାନରେ ରହି ପରାଜୟ ସ୍ୱୀକାର କରିଥିଲେ । ସେ ୬୭୯୪୦ ଭୋଟ ପାଇଥିବା ବେଳେ ଇଂ ନାୟକ ବିଜେପିରୁ ୬୯୫୧୭ଟି ଭୋଟ ପାଇ ବିଜୟୀ ହୋଇଥିଲେ । ହେଲେ ଏଇ ୫ ବର୍ଷ ମଧ୍ୟରେ ଶ୍ରୀ ଖଟୁଆ ଦଳର ସଂଗଠନକୁ ଆଗେଇ ନେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ନୀଳଗିରି, ବାହାନଗା ଓ ଔପଦା ବ୍ଲକ ପୁଣି ତାଙ୍କ ନେତୃତ୍ୱରେ ଦଖଲ ହୋଇଥିଲା । ଏପରିକି ୫ଟି ଜିଲ୍ଲା ପରିଷଦ ମଧ୍ୟ ଜିତିଥିଲେ । କେବଳ ସେତିକି ନୁହଁ³ ନୀଳଗିରି ଏନଏସି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ପଦ ମଧ୍ୟ ହାତେଇଥିଲେ । ଜିଲ୍ଲା ପରିଷଦ ଓ ଏନଏସି ଚେୟାରମ୍ୟାନ ନିର୍ବାଚନରେ ଦଳୀୟ ଚିହ୍ନରେ ୭୩୪୫୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୬୫୮୩୬ ଖଣ୍ଡ ଭୋଟ ପାଇଥିଲା । ଏଣୁ ଶ୍ରୀ ଖଟୁଆଙ୍କ ନେତୃତ୍ୱ ଉପରେ ବିଜେଡି କର୍ମୀମାନଙ୍କ ଆସ୍ଥା ବୃଦ୍ଧି ପାଇଥିଲା । 

ଏପରିକି ୫ ବର୍ଷରେ ଅନ୍ୟ ଦଳରୁ କର୍ମୀଙ୍କୁ ଆଣି ବିଜେଡିରେ ମିଶାଇ ମଧ୍ୟ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।    କିଛି ମାସ ପୂର୍ବେ ଯୁବନେତା ଶୁଭେନ୍ଦୁ ଦାସମଙ୍ଗରାଜଙ୍କ ଆବିର୍ଭାବ ତାଙ୍କୁ ଅଡ଼ୁଆରେ ପକାଇଥିଲା । ଏକଦା ଏନଏସି ସଭାପତି ରବୀନ୍ଦ୍ର ପରିଡ଼ା ଓ ତାଙ୍କ ପୁତ୍ର ଯୁବ ବିଜେଡି ଜିଲ୍ଲା ସଭାପତି ତାପସ ପରିଡ଼ା ତାଙ୍କର ସମର୍ଥକ ଥିବାବେଳେ କୌଣସି କାରଣରୁ ସେ ପରିବାର ତାଙ୍କ ଠାରୁ ଦୂରେଇ ରହିବା କିଛି ଚକ୍ରାନ୍ତ କିମ୍ବା ଅଡ଼ୁଆ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କୁ ଦୂରରେ ରଖି କିଛି କୁଚକ୍ରୀ ରାଜନୀତି ଫାଇଦା ନେଇପାରିଥାନ୍ତି ବୋଲି କୁହାଯାଏ । ଏହା ଏବେ ବିଜେଡିକୁ ଯେତେ ଅଡ଼ୁଆକୁ ନ ଆଣୁଛି ବିଧାୟକ ସୁକାନ୍ତ ନାୟକ ବିଜେଡିରେ ପୁଣି ମିଶିବା ଚର୍ଚ୍ଚା ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଅନ୍ୟପଟେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ତଥା ନୀଳଗିରି ବାସିନ୍ଦା ସରୋଜ ସେଠୀ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆହୁରି ଅଡ଼ୁଆରେ ପକାଇଛି । ଏବେ ନୀଳଗିରି ରାଜନୀତି ପାଣି ଗୋଳିଆ ହୋଇଯାଇଥିବା ବେଳେ ବିଜେଡି ସୁପ୍ରିମୋ ପୁଣି ଥରେ ଶ୍ରୀ ଖଟୁଆଙ୍କ ଉପରେ ଆସ୍ଥା ପ୍ରକଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.