ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଦାନି ପରେ ବେଦାନ୍ତ ପଛରେ ଓସିସିଆର୍‌ପି, ପରିବେଶ ଆଇନ ଉଲ୍ଲଂଘନ ପାଇଁ ଲବି କରିଥିବା ଅଭିଯୋଗ

ନୂଆଦିଲ୍ଲୀ, ୦୨/୦୯: ଆଦାନି ଗ୍ରୁପ୍‌ ପରେ ଅର୍ଗାନାଇଜ୍‌ଡ  କ୍ରାଇମ୍‌ ଆଣ୍ଡ୍‌ କର୍‌ପ୍‌ସନ ରିପୋର୍ଟିଂ ପ୍ରୋଜେକ୍ଟ(ଓସିସିଆର୍‌ପି) ଅନିଲ ଅଗ୍ରୱାଲଙ୍କ ଅଧୀକୃତ କମ୍ପାନି ବେଦାନ୍ତ  ବିରୋଧରେ ଅଭିଯୋଗ ଆଣିଛି ।  କୋଭିଡ-୧୯ ମହାମାରୀ ସମୟରେ  ପରିବେଶ ଆଇନର ଉଲ୍ଲଂଘନ  କରିବା ପାଇଁ ସରକାରଙ୍କ ନିକଟରେ  ଏହା ଲବି କରିଥିବା ଅଭିଯୋଗ  ରହିଛି । ଓସିସିଆର୍‌ପି ଏହାକୁ ନେଇ  ଶୁକ୍ରବାର ଏକ ରିପୋର୍ଟ ଜାରି କରିଛି ।  

ଓସିସିଆର୍‌ପି ଦାବି କରିଛି ଯେ, ୨୦୨୧  ଜାନୁଆରୀରେ ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ  ଅନିଲ ଅଗ୍ରୱାଲ ତତ୍କାଳୀନ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କହିଥିଲେ ଯେ, ସରକାରଙ୍କୁ ଖଣି କମ୍ପାନିଗୁଡ଼ିକୁ  ନୂଆ ପରିବେଶ ମଞ୍ଜୁରି ହାସଲ  ବିନା ୫୦% ଉତ୍ପାଦନ ବୃଦ୍ଧି ଅନୁମତି  ଦେବା ଦରକାର। ଏହା ଦ୍ୱାରା ଦେଶର  ଅର୍ଥନୈତିକ ସୁଧାର ଗତି ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.