ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

କ୍ବାର୍ଟର ତାଲା ଭାଙ୍ଗି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ସହ ୧୨ ଲକ୍ଷ ଟଙ୍କା ଚୋରି

ଛତ୍ରପୁର, ୨୯।୧୧ ଗଞ୍ଜାମ ଥାନା ଗ୍ରାସୀମ କେମିକାଲସ ଷ୍ଟାଫ କ୍ୱାର୍ଟର  ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଗହଣା ସହ ନଗଦ ୧୨ଲକ୍ଷ ଟଙ୍କା ଦୁର୍ବୃତ୍ତ ମାନେ ଚୋରି କରି ନେଇଛନ୍ତି l ଉକ୍ତ କ୍ବାର୍ଟରରେ ରହୁଥିବା ସନ ଟେକ କମ୍ପାନୀର ପରିଚାଳକ ହିମାଂଶୁ ମିଶ୍ରଙ୍କ ଘରୁ ଚୋରି ହୋଇଛି। ସେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। l ଘଟଣାସ୍ଥଳକୁ ଡଗ୍ ସ୍କ୍ବାର୍ଡ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି l 

ତେବେ ହିମାଂଶୁଙ୍କ  ପରିବାର ସାମାଜିକ କାର୍ଯ୍ୟରେ ବାହାରକୁ ଯାଇଥିଲେ। ମଙ୍ଗଳବାର ରାତିରେ  ଘରକୁ ଫେରିବା   ପରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। କ୍ୱାର୍ଟର ତାଲା ଭାଙ୍ଗି ଦୁଇଟି ଗଡ଼ରେଜ  ତାଲା ଭାଙ୍ଗି ସୁନା ଗହଣା ୨୦ଭରି, ରୁପା ୫ଭରି ଏବଂ ନଗଦ ୧୨ଲକ୍ଷ ଟଙ୍କା  ଦୁର୍ବୃତ୍ତ ଚୋରି କରି ନେଇଛନ୍ତି l ସୁନାଗହଣା ଏକ କୋଟି ରୁ ଊର୍ଦ୍ଧ୍ବ ଟଙ୍କାର ଓ ରୂପାଗହଣା  ୩୭ ହଜାର ଟଙ୍କା ହେବ ବୋଲି ଜଣାପଡିଛି l  ଗତ ୨୭ତାରିଖ  ରେ  ଦୁର୍ବୃତ୍ତ ମାନେ ଏହି କ୍ୱାର୍ଟର ସହ ଅନ୍ୟ ଏକ କ୍ୱାର୍ଟର ର ତାଲା ଭାଙ୍ଗିଥିଲେ ମଧ୍ୟ ସେଠାରୁ କିଛି ନେଇନାହାନ୍ତି l  

ଆହୁରି ପଢନ୍ତୁ : ବସ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଘରୋଇ ବସ ମାଲିକ ସଂଘ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.