ନୀଳଗିରି,୧୩/୧୧(ଆ.ପ୍ର):ନୀଳଗିରି ଅଞ୍ଚଳର ଜଣେ ଆଦିବାସୀ ଯୁବକ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ କଟକ ବଡ଼ ଡ଼ାକ୍ତରଖାନାରେ ଆଖି ବୁଜିଦେଇଥିଲେ।ହେଲେ ଘରକୁ ଶବ ଆଣିବା ପାଇଁ ଅସହାୟ ହୋଇପଡିଥିବା ବେଳେ ଖବର ପାଇ ବାଲେଶ୍ଵର ସଂସଦୀୟ କ୍ଷେତ୍ରର କଂଗ୍ରେସ ନେତା ନଵଜ୍ୟୋତି ପଟ୍ଟନାୟକ ସହାୟତାର ହାତ ବଢାଇଛନ୍ତି।
ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ କେସିପୁର ପଂଚାୟତ ଅଧିନ ଅଶୋକନାଳ ଗ୍ରାମର ବଗଲା ସିଂ ଭାଲୁ ଆକ୍ରମଣର ଶିକାର ହୋଇଥିବା ବେଳେ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ହେଲେ ଶେଷରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଶବ ଆଣିବା ପାଇଁ ସେ ଅସହାୟ ହୋଇ ପଡ଼ିଥିବା ବେଳେ କୌଣସି ସରକାରୀ ସହାୟତା ମଧ୍ୟ ପାଇ ପାରିନଥିଲେ।ନୀଳଗିରି କଂଗ୍ରେସ ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା ଖବର ପାଇ ନଵଜ୍ୟୋତି ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବାରୁ ଶ୍ରୀ ପଟ୍ଟନାୟକ ତୁରନ୍ତ ସହାୟତାର ହାତ ବଢାଇଥିଲେ। ଶବଟିକୁ ସସମ୍ମାନର ସହ ଆଣିବା ପାଇଁ ସୁବ୍ୟବସ୍ଥା କରିବା ସହ ଗାଁରେ ଶବ ପହଁଚିବା ପରେ ବ୍ଲକ ସଭାପତି ଶ୍ରୀ ପଣ୍ଡା ଙ୍କୁ ତାଙ୍କ ଘରକୁ ପଠାଇ ସମସ୍ତ ସୁଖଦୁଃଖ ବୁଝିଥିଲେ।