ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେମନ୍ତ ସୋରେନଙ୍କ ଲାଗି ବଢ଼ୁଛି ଅଡ଼ୁଆ, ୫ ଦିନ ପର୍ଯ୍ୟନ୍ତ ED ହେପାଜତରେ ରହିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୦୨/୦୨: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପାଇଁ ଆବେଦନ କରିଥିଲେ ହେମନ୍ତ ସୋରେନ । ତେବେ ସର୍ବୋଚ୍ଚ ଅଦାଲତ ସୋରେନଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ସୋରେନଙ୍କୁ ଶୁକ୍ରବାର ୫ ଦିନ ଲାଗି ହେପାଜତକୁ ନେଇଛି ଇଡି । ବୁଧବାର ବିଳମ୍ବିତ ରାତିରେ ଇଡି, ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଗୁରୁବାର ରାଞ୍ଚିର ପିଏମ୍ଏଲ୍ଏ କୋର୍ଟ ହେମନ୍ତ ସୋରେନଙ୍କୁ ଦିନକ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ଅନୁସାରେ, ୬୦୦ କୋଟିର ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ରହିଛି । ମାମଲାରେ ଇଡି ସୋରେନଙ୍କୁ ୧୦ଥର ସମନ ଜାରି କରିଥିବା ବେଳେ ବୁଧବାର ୭ ଘଣ୍ଟାରୁ ଅଧିକ ସମୟ ଧରି ରାଞ୍ଚିସ୍ଥିତ ବାସଭବନରେ ଜେରା କରିଥିଲା । ବୁଧବାର ରାତିରେ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଗିରଫ କରିଥିଲା ଇଡି ।

ଗିରଫଦାରୀ ପୂର୍ବରୁ ଜେଏମ୍ଏମ୍ ସଭାପତି ହେମନ୍ତ ସୋରେନ ଦଳର ନେତା ଚମ୍ପାଇ ସୋରେନଙ୍କୁ ଦଳର ବିଧାୟକ ନେତା ଭାବେ ଚୟନ କରିଥିଲେ । ଶୁକ୍ରବାର ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.