ମନମୁଣ୍ଡା, ୨୧/୧୧ : କଣ୍ଟାମାଳ ବ୍ଲକ ଉଚ୍ଚ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ବିଳାଶପୁର ଜନତା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଏବିଇଓ ଦୁର୍ଗାଚରଣ ପ୍ରଧାନ, ଲକ୍ଷ୍ମୀ ମଲ୍ଲିକ, ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ, କେକେ ଡି ସଭାପତି ସୁବେଦାର ଲଳିତ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ କଣ୍ଟାମାଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ତଥା ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ମେଳାରେ ମୋଟ ୧୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀମାନେ ବହୁ ପରିଶ୍ରମ କରି ସୁନ୍ଦର ସୁନ୍ଦର ଓ କେତେକ ନୂତନ ଆବିଷ୍କାର ପ୍ରକଳ୍ପ ପ୍ରଦର୍ଶିତ କରି ଉଚ୍ଚକୋଟୀର ଭାବେ ପ୍ରକଳ୍ପର ଉପସ୍ଥାପନା କରିଥିବା ଦେଖିବାକୁ ମିଳିଥିଲା ।
ବିଚାରପତି ଭାବେ ନିଯୁକ୍ତ ତିଲେଶ୍ୱର୍ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରମେଶ ସାମଲ ଏବଂ ସମ୍ପୋଚ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ ସମସ୍ତ ପ୍ରକଳ୍ପ ମଧ୍ୟରୁ ଉଚ୍ଚକୋଟୀର ୧୫ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟକୁ ମନୋନୀତ ହୋଇଥିଲେ । ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ବିଇଓ ସନୋଜ୍ ସେଠୀ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡୀ ପ୍ରସାଦ ବେହେରା, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସୁନ୍ଦର ଆୟୋଜନ ପାଇଁ ଭୂୟସୀ ପ୍ରଶଂସା ତଥା ଧନ୍ୟବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମନମୁଣ୍ଡା ସିଆରସିସି ପ୍ରଜୀନା ପାଢ଼ୀ ଓ ଅନ୍ୟ ସିଆର ସିସିମାନେ ସହଯୋଗ କରିଥିଲେ ।