ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୩ ସିଜନ ପାଇଁ ଆଇସିସି ପୁରସ୍କାର: କୋହଲି ଶ୍ରେଷ୍ଠ ଦିନିକିଆ, ସୂର୍ଯ୍ୟକୁମାର ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି

ଦୁବାଇ,୨୬/୦୧: ୨୦୨୩  ସିଜନ ପାଇଁ ଆଇସିସି ପୁରସ୍କାର ତାଲିକା ଘୋଷଣା ହୋଇଛି । ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହଲି  ଚତୁର୍ଥ ଥର ଆଇସିସିର ଶ୍ରେଷ୍ଠ ଦିନିକିଆ  ଖେଳାଳି ଏବଂ ସୂର୍ଯ୍ୟକୁମାର ଯାଦବ  ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର  ପାଇଛନ୍ତି । ପୂର୍ବରୁ କୋହଲି ୨୦୧୨,  ୨୦୧୭, ୨୦୧୮ରେ ଏହି ପୁରସ୍କାର  ପାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ  ପ୍ୟାଟ୍‌ କମିନ୍ସ ଶ୍ରେଷ୍ଠ ପୁରୁଷ ଏବଂ  ଇଂଲଣ୍ଡର ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ଶ୍ରେଷ୍ଠ  ମହିଳା ଖେଳାଳି ପୁରସ୍କାର ପାଇଛନ୍ତି । ସେହିପରି ଆଇସିସି ଦିନିକିଆ  ଏକାଦଶରେ ୬ଜଣ ଭାରତୀୟ ସ୍ଥାନ  ପାଇଥିବାବେଳେ ରୋହିତ ଶର୍ମା  ଅଧିନାୟକ ମନୋନୀତ ହୋଇଛନ୍ତି ।  ଟେଷ୍ଟ ଏକାଦଶରେ ରବୀନ୍ଦ୍ର ଜାଡ଼େଜା  ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । 

କମିନ୍ସ ସାଥୀ ଖେଳାଳି ଟ୍ରେଭିସ୍‌  ହେଡ୍‌ଙ୍କ ସମେତ କୋହଲି ଓ ଜାଡ଼େଜାଙ୍କୁ  ପଛରେ ପକାଇ ଶ୍ରେଷ୍ଠ ପୁରୁଷ ଖେଳାଳି  ଭାବେ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି  ହାତେଇବାରେ ସଫଳ ହୋଇଛନ୍ତି ।  ସେ ଅଷ୍ଟ୍ରେଲିଆକୁ ଡବ୍ଲ୍ୟୁଟିସି, ଦିନିକିଆ  ବିଶ୍ୱକପ୍‌ ଚାମ୍ପିଅନ୍‌ କରାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । 

୨୦୨୩ ସିଜନରେ କୋହଲି  ଦିନିକିଆରେ ମୋଟ ୧୩୭୭ ରନ୍‌ ସଂଗ୍ରହ  କରିଥିଲେ । ଦିନିକିଆ ବିଶ୍ୱକପ୍‌ରେ  ୭୬୫ ରନ୍‌ କରିବା ସହ ପ୍ଲେୟାର ଅଫ୍‌  ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।  ଏହାଛଡ଼ା ବିଶ୍ୱର ପ୍ରଥମ ବ୍ୟାଟର ଭାବେ  ଦିନିକିଆରେ ୫୦ ଶତକ ପୂରଣ  କରିବାର ରେକର୍ଡ଼ ସ୍ଥାପନ କରିଥିଲେ ।  

କୋହଲିଙ୍କର ଏହା ସପ୍ତମ ବ୍ୟକ୍ତିଗତ  ଆଇସିସି ପୁରସ୍କାର ରହିଥିଲା । ପୂର୍ବରୁ  ସେ ୨୦୧୭, ୨୦୧୮ରେ ଶ୍ରେଷ୍ଠ ଖେଳାଳି  ଏବଂ ୨୦୧୮ରେ ଶ୍ରେଷ୍ଠ ଟେଷ୍ଟ ଖେଳାଳି  ପୁରସ୍କାର ପାଇଥିଲେ । ସୂର୍ଯ୍ୟକୁମାର କ୍ରମାନ୍ୱୟରେ ଦ୍ୱିତୀୟ ଥର ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର ଜିତିଛନ୍ତି ।  ୨୦୨୩ ସିଜନରେ ସେ ୧୭ଟି ମ୍ୟାଚ୍‌  ଖେଳି ୧୫୫.୯୫ ଆଭରେଜରେ ମୋଟ  ୭୩୩ ରନ୍‌ ସଂଗ୍ରହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.