ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯ବର୍ଷରୁ କମ୍‌ ବିଶ୍ୱକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌ ଫାଇଟ୍, ଷଷ୍ଠ ଟାଇଟଲ ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ

ବେନୋନି,୧୧/୦୨: ଆଜି ଚଳିତ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଟାଇଟଲ ମୁକାବିଲା । ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଷଷ୍ଠ ଟାଇଟଲ ପାଇଁ ଅଷ୍ଟ୍ରେଲିଆକୁ ସାମ୍ନା କରିବ ।  ଭାରତୀୟ ସମୟ ଅପରାହ୍ଣ  ୧.୩୦ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ଉଭୟ  ଦଳ ଏହି ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।  ଅଷ୍ଟ୍ରେଲିଆ ଏଥର ୨୦୧୨ ଓ ୨୦୧୮ ଫାଇନାଲ୍‌  ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ମାତ୍ର ପୂର୍ବ ରେକର୍ଡକୁ ଗଣନା କଲେ ଭାରତର  ପଲା ଭାରି ରହିବ । ଭାରତ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌  ହୋଇ ସାରିଛି । ଅଷ୍ଟ୍ରେଲିଆ ୩ଥର ବିଶ୍ୱ ବିଜେତା ହୋଇଛି । ଗତ ନଭେମ୍ବରରେ  ଅନୁଷ୍ଠିତ ଦିନିକିଆ(ସିନିୟର) ବିଶ୍ୱକପ୍‌ ଫାଇନାଲ୍‌  ପରାଜୟକୁ ଦର୍ଶକ ଭୁଲି ନଥିବା ବେଳେ ବର୍ତ୍ତମାନ  ଯୁବ ଦଳର ମୁକାବିଲା ଉତ୍ସାହ ବଢାଇ ଦେଇଛି ।  

ଗତ ବର୍ଷ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ଓ ଦିନିକିଆ ବିଶ୍ୱକପ୍‌  ଫାଇନାଲ୍‌ରେ ପରସ୍ପରକୁ ଭେଟିଥିଲେ । ଅଷ୍ଟ୍ରେଲିଆ  ଉଭୟ ମ୍ୟାଚ୍‌ ଜତିଥିଲା । ମାତ୍ର ଯୁବ ଦଳ ରବିବାର ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଦୁଃଖ ଭୁଲାଇବାକୁ ପ୍ରସ୍ତୁତ ରହିଛି ।  ପୂର୍ବରୁ ମଧ୍ୟ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ରେ  ଦୁଇ ଦେଶ ପରସ୍ପରକୁ ୩ଥର ଭେଟି ସାରିଛନ୍ତି । ୧୯୯୮ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିଜୟୀ  ହୋଇଥିଲା । ଏହାପରେ ଭାରତ ୨୦୧୨ ଓ ୨୦୧୮  ବିଶ୍ୱକପ୍‌ ଫାଇନାଲ୍‌ ଜିତିଛି।

ଏଥର ବିଶ୍ୱକପ୍‌ରେ ଭାରତ ଦମ୍‌ଦାର  ପ୍ରଦର୍ଶନ କରିଛି । ପ୍ରତି ମ୍ୟାଚ୍‌ରେ ଦଳ ଆଧିପତ୍ୟ  ଜାହିର କରିଛି । କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମି ଫାଇନାଲ୍‌ରେ ଦଳ ସଂଘର୍ଷ କରିଥିଲା ।  ଅଷ୍ଟ୍ରେଲିଆକୁ ଏଥର ହରାଇବାର କ୍ଷମତା ଦଳ  ନିକଟରେ ରହିଛି । ଅଧିନାୟକ ଉଦୟ ସହାରନ,  ମୁସିର ଖାନ, ସଚିନ ଧାସ ପ୍ରମୁଖ ଫର୍ମରେ  ରହିଛନ୍ତି । ପେସ୍‌ ବୋଲର ନମନ ତିୱାରୀ ଓ ସ୍ପିନର  ସୌମ୍ୟ ପାଣ୍ଡେ ମଧ୍ୟ ଘାତକ ସାବ୍ୟସ୍ତ ହୋଇଛନ୍ତି ।  

ଅଷ୍ଟ୍ରେଲିଆ ମଧ୍ୟ ଚମତ୍କାର ପ୍ରଦର୍ଶନ କରି  ଫାଇନାଲ୍‌ରେ ପହଞ୍ଚିଛି । ପାକିସ୍ତାନ ବିପକ୍ଷ ସେମି  ଫାଇନାଲ୍‌ରେ ଦଳ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା । ଅବଶ୍ୟ ଦଳର ବୋଲିଂ ବିଭାଗ ବେଶ୍‌  ଶକ୍ତିଶାଳୀ ରହିଛି । ସେମି ଫାଇନାଲ୍‌ରେ ଟମ ଷ୍ଟ୍ରାକର  ୬ଟି ୱିକେଟ୍‌ ନେଇ ରେକର୍ଡ କରିଥିଲେ । 

ବେନୋନି ପିଚ୍‌ ପେସ୍‌ ବୋଲରଙ୍କୁ ବେଶ୍‌  ସହାୟତା କରିବ । ଏଠାରେ ବଲ୍‌ ଅତିରିକ୍ତ  ବାଉନ୍ସ ଓ ସୁଇଂ ହେବ । ତେଣୁ ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । 

ସମ୍ଭାବ୍ୟ ଦଳ

ଭାରତ: ଆଦର୍ଶ ସିଂହ, ଆର୍ସିନ କୁଲକର୍ଣ୍ଣୀ, ମୁସିର  ଖାନ, ଉଦୟ ସହାରନ(ଅଧିନାୟକ), ପ୍ରିୟାଂଶୁ  ମୋଲିୟା, ସଚିନ ଧାସ, ଆରାଭେଲି ଅଭିନାଶ,  ମୁରୁଗାନ ଅଭିଷେକ, ନମନ ତିୱାରୀ, ରାଜ ଲିମ୍ବାନି,  ସୌମ୍ୟ ପାଣ୍ଡେ । 

ଅଷ୍ଟ୍ରେଲିଆ: ହ୍ୟାରୀ ଡିକ୍ସନ, ସାମ କନଷ୍ଟାସ,  ହଗ ୱିବଗେନ(ଅଧିନାୟକ), ହରଜଶ  ସିଂହ, ର‌୍ୟାନ ହିକ୍ସ, ଓଲିଭର ପିକ, ଟମ  କାମ୍ପବେଲ୍‌, ରାଫ ମାକମିଲାନ, ଟମ ଷ୍ଟ୍ରାକର,  ମାହଲି ବିୟର୍ଡମାନ, କାଲମ ଭିଡଲର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.