ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ICC World Cup 2023: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ଅହମଦାବାଦ, ୧୯/୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି । ଭାରତୀୟ ଦଳ ବ୍ୟାଟିଂ କରିବ । ଚୂଡ଼ାନ୍ତ ଏକାଦେଶରେ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳ କୌଣସି ପରିବର୍ତ୍ତନ କରି ନାହାନ୍ତି । ସେମି ଫାଇନାଲରେ ଯେଉଁ ଟିମ୍ ଥିଲା ସେହି ଟିମ୍ ସହ ଫାଇନାଲକୁ ଓହ୍ଲାଇଛି ଅଷ୍ଟ୍ରେଲିଆ ।

ଭାରତ ୯ଟି ଯାକ ଲିଗ୍ ମ୍ୟାଚ୍ ସହ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ଭାରତ ଓ ଦକ୍ଷିଣ ଆଫ୍ରିକା ଠାରୁ  ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୮ଟି ଯାକ ମ୍ୟାଚ୍ରେ ବିଜୟ ହାସଲ କରିଛି ।  

ପାୱର ପ୍ଲେ ପ୍ରଦର୍ଶନ: ପାୱାର ପ୍ଲେ (ପ୍ରଥମ  ୧୦ଓଭର) ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରିବ । ଉଭୟ  ଦଳ ପ୍ରଥମ ୧୦ ଓଭରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ପାୱାର ପ୍ଲେ’ରେ ଶ୍ରେଷ୍ଠ ପ୍ରଦର୍ଶନ କଲେ ମ୍ୟାଚ୍ ଜିତିବା ସହଜ ହେବ ।  

ଭାରତ ବ୍ୟାଟିଂ ବେଳେ ପ୍ରଥମ ୧୦ ଓଭରରେ ୬.୮୭ ହାରରେ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ମଧ୍ୟ ଓଭର ପିଛା ୬.୫୫ ରନ  ସଂଗ୍ରହ କରିଛି । ପାୱାର ପ୍ଲେରେ ଭାରତୀୟ  ବୋଲର ଓଭର ପିଛା ୪.୩୪ ରନ୍ ପ୍ରଦାନ  କରିଥିବାବେଳେ ଅଷ୍ଟ୍ରେଲିଆ ୪.୭୫ ରନ୍ ପ୍ରଦାନ କରିଛନ୍ତି । 

ଦ୍ୱିତୀୟରେ ବ୍ୟାଟିଂ କଲେ ବିଜୟ ସହଜ: ପୂର୍ବ  ରେକର୍ଡକୁ ଦେଖିଲେ ଏହି ଗ୍ରାଉଣ୍ଡ୍ରେ ବିଜୟ ଲକ୍ଷ୍ୟର ପିଛା କରି  ଜିତିବା ସହଜ । ପାକିସ୍ତାନ ବିପକ୍ଷରେ ଭାରତ ଏଠାରେ ଦ୍ୱିତୀୟରେ  ବ୍ୟାଟିଂ କରି ଜିତିଥିଲା । ବିଶ୍ୱକପ୍ର ୪ଟି ମ୍ୟାଚ୍ରୁ  ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ୍ ଜିତିଛନ୍ତି । ଗତ ୨ଟି ଯାକ ଆଇପିଏଲ୍ ଫାଇନାଲ୍ରେ  ମଧ୍ୟ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ  କରିଛନ୍ତି ।  

୨୦୦୩ ଫାଇନାଲ୍ ଦୁଃଖ: ରବିବାର ମ୍ୟାଚ୍  ବିଷୟରେ ଭାବିବା ବେଳକୁ ୨୦୦୩ ବିଶ୍ୱକପ ଫାଇନାଲ୍  ମନେ ପଡ଼ିଯାଉଛି । ଭାରତୀୟ କ୍ରିକେଟ୍ ପ୍ରେମୀ ୨୦ବର୍ଷ  ତଳର ସେହି ଫାଇନାଲ୍ ମୁକାବିଲାକୁ ଭୁଲି ପାରି ନାହାନ୍ତି ।  ଭାରତକୁ ଦୟନୀୟ ଭାବେ ହରାଇ ଅଷ୍ଟ୍ରେଲିଆ ତୃତୀୟ ବିଶ୍ୱକପ୍ ହାସଲ କରିଥିଲା । ଏଥର ଭାରତ ପାଳି । ଉକ୍ତ  ପରାଜୟର ପ୍ରତିଶୋଧ ନେଇ ଟିମ ଇଣ୍ଡିଆ ଭାରତୀୟ  ଦର୍ଶକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିବ । 

ଚୂଡ଼ାନ୍ତ ଏକାଦଶ

ଭାରତ: ରୋହିତ ଶର୍ମା  (ଅଧିନାୟକ), ଶୁଭମନ ଗିଲ୍‌ ,ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର ,ଟ୍ରେଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାବୁସାନ, ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ ଇଂଲିଶ, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ, ଆଡାମ ଜାମ୍ପା।

Copyright © 2022 - Summa Real Media Private Limited. All Rights Reserved.