ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଉପରୁ ହଟିଲା ବ୍ୟାନ୍‌ , ବିଶ୍ୱକପ୍‌ ବେଳେ ଆଇସିସି ନେଇଥିଲା ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପାଇଁ ଖୁସି ଖବର। ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ତୁରନ୍ତ ପ୍ରଭାବରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସଏଲସି  )ଉପରୁ ପ୍ରତିବନ୍ଧକ ହଟେଇ ଦେଇଛି। ଆଇସିସି ଗତ ବର୍ଷ ଦିନିକିଆ ବିଶ୍ୱକପ୍‌ ୨୦୨୩ ବେଳେ ସରକାରଙ୍କ ହସ୍ତକ୍ଷେପ ପରେ ବୋର୍ଡକୁ ନିଲମ୍ୱିତ କରି ଦେଇ ଥିଲା। ବିଶ୍ୱକପ୍‌ରେ ଶ୍ରୀଲଙ୍କା ଖୁବ୍‌ ନିରାଶାଜନକ ପ୍ରଦର୍ଶନ କରିଥିଲା। ଆଇସିସି ରବିବାର ବିବୃତ୍ତି ଜାରି କରି କହିଥିଲା କି , ୧୦ ନଭେମ୍ୱର ୨୦୨୩ରେ ଏସଏଲସିକୁ ଦାୟିତ୍ୱର ଉଲ୍ଲେଙ୍ଘନ କରିବା ପାଇଁ ନିଲମ୍ୱିତ କରିଦିଆ ଯାଇଥିଲା। ଆଇସିସି ବୋର୍ଡ ନିଲମ୍ୱନ ପରଠାରୁ ସ୍ଥିତିକୁ ନିରୀକ୍ଷଣ କରୁଥିଲା। ଏବେ ସନ୍ତୋଷଜନକ କଥା ଯେ, ଏସଏଲସି ସଦସ୍ୟତା ଦାୟିତ୍ୱର ଉଲ୍ଲଙ୍ଘନ ପୂର୍ବପରି ଦୋହରାଇ ନାହିଁ। 

ହେଲେ, ନିଲମ୍ୱନ ସତ୍ତ୍ୱେ ଶ୍ରୀଲଙ୍କାକୁ ଦ୍ୱିପାକ୍ଷୀୟ କ୍ରିକେଟ ଓ ଆଇସିସି ଇଭେଣ୍ଟରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯୋଗ ଦେବାରେ ମୁକ୍ତ ଥିଲା। କିନ୍ତୁ ଆଇସିସି ଶ୍ରୀଲଙ୍କା ଠାରୁ ଅଣ୍ଡର-୧୯ ବିଶ୍ୱକପ୍‌ର ପ୍ରାୟୋଜକତା ଛଡ଼େଇ ଦକ୍ଷିଣ ଆଫ୍ରିକାକୁ ପ୍ରଦାନ କରିଥିଲା। 

କହି ରଖୁଛୁ କି ,  ଶ୍ରୀଲଙ୍କା ତତ୍କାଳୀନ ଖେଳମନ୍ତ୍ରୀ ରୋଶନ ରଣସିଙ୍ଘେ ଏସଏଲସିଙ୍କ ପରିଚାଳିତ ସଂସ୍ଥାକୁ ବହିଷ୍କୃତ କରି , ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ଦାୟିତ୍ୱରେ ଅନ୍ତରୀଣ ସମିତି ଗଠନ କରିଥିଲା। ରଣସିଙ୍ଘେ ପଦାଧିକାରୀଙ୍କ ଉପରେ ସାଙ୍ଘାତିକ ଦୁର୍ନୀତିର ଅଭିଯୋଗ ଲଗେଇବା ପରେ ଏହି ପଦକ୍ଷେପ ନିଆଯାଇ ଥିଲା। 

ଆଇସିସି ରଣସିଙ୍ଘେଙ୍କ ପଦକ୍ଷେପକୁ ସରକାରୀ ହସ୍ତକ୍ଷେପ ମନେକରି ଥିଲା। ଆଇସିସି ଏସଏଲସିକୁ ଏହା କହି ନିଲମ୍ୱିତ କରିଦେଇଥିଲା କି, ବୋର୍ଡ ଏହା ସୁନିଶ୍ଚିତ କରିବାରେ ବିଫଳ ହୋଇଛି ଯେ,ଉକ୍ତ ମାମଲାରେ କୌଣସି ସରକାରୀ ହସ୍ତକ୍ଷେପ ହୋଇନାହିଁ, ଯାହା ବିଶ୍ୱ ସଂସ୍ଥାର ନିୟମର ଉଲ୍ଲଙ୍ଘନ ହୋଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.