ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଜାବ କିଙ୍ଗ୍‌ସର ନୂଆ ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗର, ୭ ବର୍ଷ ପରେ ଟିମ୍‌କୁ ଫେରିଲେ

ନୂଆଦିଲ୍ଲୀ,୦୯/୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍‌ସର କ୍ରିକେଟ ବିକାଶ ମୁଖ୍ୟ ନିଯୁକ୍ତ ହୋଇଛନ୍ତି । ସେ ଦୀର୍ଘ ୭ ବର୍ଷ ପରେ  ପଞ୍ଜାବ କିଙ୍ଗ୍‌ସକୁ ଫେରିଛନ୍ତି । ପୂର୍ବରୁ ବାଙ୍ଗର ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ  ମୁଖ୍ୟ କୋଚ୍‌ ଦାୟିତ୍ୱ ସମ୍ଭାଳିଥିଲେ । ସେତେବେଳେ ଦଳର ନାମ କିଙ୍ଗ୍‌ସ  ଏକାଦଶ ପଞ୍ଜାବ ଥିଲା । ତାଙ୍କ କାର୍ଯ୍ୟକାଳ  ସମୟରେ ପଞ୍ଜାବ ୨୦୧୪ରେ ପ୍ରଥମ  ଥର ଆଇପିଏଲ୍‌ ଫାଇନାଲରେ ପ୍ରବେଶ  କରିଥିଲା ।

ଆସନ୍ତା୧୯ ତାରିଖରେ  ଆଇପିଏଲ୍‌-୧୭ ପାଇଁ ଖେଳାଳି ନିଲାମୀ  ଅନୁଷ୍ଠିତ ହେବ । ବାଙ୍ଗର ମୁଖ୍ୟ କୋଚ୍‌  ଟ୍ରେଭର ବେଲିସ୍‌ ଏବଂ ଫ୍ରାଞ୍ଚାଇଜ ମାଲିକଙ୍କ  ସହ ମିଶି ଖେଳାଳି କ୍ରୟ କରିବେ । ସେ ଆଇପିଏଲ୍‌ର ଶେଷ ୩ଟି ସଂସ୍କରଣରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ  କୋଚ୍‌ ଦାୟିତ୍ୱରେ ରହିଥିଲେ। ତାଙ୍କ ଅଧିନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨୦୨୧  ଓ ୨୦୨୨ ସଂସ୍କରଣରେ ପ୍ଲେ-ଅଫ୍‌ରେ  ପ୍ରବେଶ କରିଥିଲା । 

ସୂଚନାଯୋଗ୍ୟ, ବାଙ୍ଗର ୧୨ଟି ଟେଷ୍ଟ, ୫ଟି ଦିନିକିଆ  ଖେଳିଥିବାବେଳେ ୧୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮,୩୪୯ରନ୍‌ ଏବଂ ୩୦୦  ୱିକେଟ୍‌ ଅକ୍ତିଆର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.