ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କେତେ ଶକ୍ତିଶାଳୀ ଆଦିତ୍ୟ L1କୁ ଅନ୍ତରୀକ୍ଷରେ ଅବସ୍ଥାପିତ କରିବାକୁ ଥିବା ପିଏସ୍ଏଲଭି ରକେଟ୍ ?

PSLV Rocket

ନୂଆଦିଲ୍ଲୀ, ୦୨/୦୯: ଆଦିତ୍ୟ ଏଲ୍-୧କୁ ପିଏସ୍ଏଲଭି ରକେଟ୍ ଅନ୍ତରୀକ୍ଷରେ ଛାଡ଼ିବ । ଏହା ହେବ ପିଏସ୍ଏଲଭିର ୫୯ତମ ଉତକ୍ଷେପଣ । ଏକ୍ସଏଲ୍ ଭାରିଆଣ୍ଟର ଏହା ୨୫ତମ ଉଡ଼ାଣ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ୍ ଧାୱନ ମହାକାଶ କେନ୍ଦ୍ରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ । 

PSLV ରକେଟର ଉଚ୍ଚତା ୧୪୫.୬୨ ଫୁଟ୍ ହୋଇଥିବା ବେଳେ ଉତକ୍ଷେପଣ ବେଳେ ଏହାର ଓଜନ ୩୨୧ ଟନ୍ ରହିବ । ଏହି ରକେଟର ୪ଟି ଭାଗ ରହିଛି । ଆଦିତ୍ୟ ଏଲ୍-୧କୁ ପିଏସଲଏଭି ରକେଟ ପୃଥିବୀର ନିମ୍ନ କକ୍ଷରେ ଛାଡ଼ିବ । ଯାହାର ସର୍ବନିମ୍ନ ଦୂରତା ପୃଥିବୀ ଠାରୁ ୨୩୫ କିଲୋମିଟର ଏବଂ ସର୍ବାଧିକ ଦୂରତା ୧୯, ୫୦୦ କିଲୋମିଟର ରହିବ । 

ଆଜି ଇସ୍ରୋର ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ୍‌-୧ ପାଇଁ ଅବଗଣନା ଆରମ୍ଭ, ପୂର୍ବାହ୍ଣ ୧୧.୫୦ରେ ଶ୍ରୀହରିକୋଟାରୁ ଲଞ୍ଚ

ଆଦିତ୍ୟ ଏଲ୍-୧ର ଓଜନ ୧୪୮୦.୭ କିଲୋଗ୍ରାମ୍ । ଉତକ୍ଷେପଣର ପ୍ରାୟ ୬୩ ମିନିଟ୍ ପରେ ରକେଟରୁ ଅଲଗା ହୋଇଯିବ ଆଦିତ୍ୟ ଏଲ୍-୧ ସ୍ପେଶକ୍ରାଫ୍ଟ । ମାତ୍ର ୨୫ ମିନିଟରେ ପିଏସ୍ଏଲଭି-ଏକ୍ସଏଲ୍ ରକେଟ୍ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇ ଦେବ । ଏହା ଏହି ରକେଟର ଲମ୍ବା ଉଡ଼ାଣ ମଧ୍ୟରୁ ଅନ୍ୟତମ ହେବ । 

ଏହା ପୂର୍ବରୁ ୨୦୨୧ରେ ବ୍ରାଜିଲର ଅମେଜୋନିଆ ସମେତ ୧୮ ଉପଗ୍ରହକୁ ନେଇ ପିଏସ୍ଏଲଭି ଏତେ ଲମ୍ବା ଯାତ୍ରା କରିଥିଲା । ଏଥିପାଇଁ ୧ ଘଣ୍ଟା ୫୫ ମିନିଟ୍ ସମୟ ଲାଗିଥିଲା । ତା ପୂର୍ବରୁ ୨୦୧୬ରେ ସେପ୍ଟେମ୍ବରରେ ଏହି ରକେଟ୍ ୨ ଘଣ୍ଟା ୧୫ ମିନିଟରେ ଅନ୍ତରୀକ୍ଷରେ ୮ଟି ସାଟେଲାଇଟକୁ ଛାଡ଼ିଥିଲା ।

କେଉଁ ଏଜେନ୍ସି କରିଛି ସୂର୍ଯ୍ୟ ମିଶନ, ଜାଣନ୍ତୁ କିଏ ହୋଇଥିଲେ ସୂର୍ଯ୍ୟଙ୍କ ସବୁଠୁ ନିକଟତର..

ଇସ୍ରୋର ବୈଜ୍ଞାନିକଙ୍କ ଅନୁସାରେ, ରକେଟ୍ ପାଇଁ ସ୍ୱତନ୍ତ୍ର ଆରେଞ୍ଜମେଣ୍ଟ ଅଫ୍ ପରିଜି କରାଯାଇଛି । ଏଥିପାଇଁ ରକେଟର ଚତୁର୍ଥ ପର୍ଯ୍ୟାୟ ଗୋଟିଏ ଥରରେ ଆଦିତ୍ୟକୁ ନିର୍ଦ୍ଧାରିତ ଅର୍ବିଟରେ ପହଞ୍ଚାଇବ ନାହିଁ । ପ୍ରଥମେ ୩୦ ସେକେଣ୍ଡ ଅନ୍ ହେବ । ଆଦିତ୍ୟ ନିର୍ଦ୍ଧାରିତ ଏଓପି ହାସଲ୍ କରିବା ପରେ ହିଁ ଚତୁର୍ଥ ଷ୍ଟେଜ୍ ତାକୁ ଛାଡ଼ିବ ।

Aditya L1
PSLV
ISRO

Copyright © 2022 - Summa Real Media Private Limited. All Rights Reserved.