ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜୀବିତ ରହିବା ଲାଗି ସେନା ବତାଇଲା ‘୩ ବାଟ’

ନୂଆଦିଲ୍ଲୀ, ୦୨/୦୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲରେ ଅଛନ୍ତି । ଇମ୍ରାନ୍ ଜେଲରେ ବନ୍ଦୀ ଥିବା ବେଳେ କୁହାଯାଉଛି ତାଙ୍କ ଜୀବନ ଏବେ ବିପଦରେ । କେବଳ ସେତିକି ନୁହେଁ ପାକିସ୍ତାନ ସେନା ଇମ୍ରାନ୍ ଜୀବିତ ରହିବା ଲାଗି ୩ଟି ବାଟ ବି ବତାଇଥିବା ଚର୍ଚ୍ଚା ହେଉଛି । ଏସବୁକୁ ନେଇ ପାକିସ୍ତାନ ପକ୍ଷରୁ ଔପଚାରିକ ଭାବେ କିଛି ବି ଟିପ୍ପଣୀ କରାଯାଇ ନାହିଁ । ପାକିସ୍ତାନରେ ଆଗକୁ ରହିଛି ସାଧାରଣ ନିର୍ବାଚନ ।

ଇମ୍ରାନ୍ ଖାନଙ୍କ ନାମାଙ୍କନ ପୂର୍ବରୁ ହିଁ ଖାରଜ ହୋଇ ସାରିଛି । ଏହା ଛଡ଼ା ବିଦେଶୀ ଉପହାର ମାମଲାରେ ଇମ୍ରାନ୍ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି । ଏବେର ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ବିଶ୍ୱସ୍ତ ଡାକ୍ତର ସଲମାନ ଅହମଦ କହିଛନ୍ତି, ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ସେନା ତାଙ୍କୁ ୩ଟି ରାସ୍ତା ବତାଇଛି ।

ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ପାଖରେ ପ୍ରଥମ ବାଟ ହେଉଛି- ପାକିସ୍ତାନ ଜନତାଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ଦୂରେଇ ରହିବା । ଇମ୍ରାନଙ୍କୁ ବିକଳ୍ପ ଦିଆଯାଇଛି ଯେ, ପରିବାରର କୌଣସି ସଦସ୍ୟଙ୍କୁ ନିର୍ବାଚନ ପାଇଁ ନାମିତ କରନ୍ତୁ । ଦ୍ୱିତୀୟ ବିକଳ୍ପରେ ସେ ଇସଲାମାବାଦର ବାନି ଗାଳାରେ ରହିବେ ଏବଂ ଦଲ ପାକିସ୍ତାନ ତହରିକ ଏ ଇନସାଫ (PTI) ଠାରୁ ନିର୍ବାଚନ ମାମଲାରେ ଦୂରେଇ ରହିବେ ।

ଇମ୍ରାନ ଖାନଙ୍କ ନିକଟରେ ତୃତୀୟ ବିକଳ୍ପ ହେଉଛି, ସେ ପ୍ରଧାନମନ୍ତ୍ରୀ ପଦ ଲାଗି ୩ ଜଣ ପ୍ରାର୍ଥୀଙ୍କୁ ଚୟନ କରିବେ ଏବଂ ସାର୍ବଜନୀନ ରୂପେ ସେମାନଙ୍କ ନାଁ ଘୋଷଣା କରିବେ । ତେବେ ସେନା ଦେଇଥିବା ୩ ବିକଳ୍ପକୁ ଇମ୍ରାନ୍ ଖାନ୍ ମାନିବାକୁ ପ୍ରସ୍ତୁତ ନଥିବା ରିପୋର୍ଟରେ କୁହା ଯାଇଛି ।

ପାକିସ୍ତାନର ନିର୍ବାଚନ ଆୟୋଗ ଗତବର୍ଷ ହିଁ ପିଟିଆଇକୁ ଆଭ୍ୟନ୍ତରୀଣ ନିର୍ବାଚନ କରାଇବାକୁ କହିଥିଲା । ତେବେ ଏହାର ବିରୋଧ କରିଥିଲେ ଦଳର କିଛି ଅସନ୍ତୁଷ୍ଟ ନେତା । ଏହାରି ମଧ୍ୟରେ ପିଟିଆଇ ତାର ଦଳୀୟ ଚିହ୍ନ ବ୍ୟାଟ୍ ମଧ୍ୟ ହରାଇ ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.