ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇମ୍ରାନ ଖାନ୍‌ ଜିତି ସାରିଛନ୍ତି ନିର୍ବାଚନ, ପାକିସ୍ତାନ ସେନା ତାଙ୍କର କରିପାରେ ହତ୍ୟା : ଭଉଣୀଙ୍କ ବଡ଼ ଦାବି

ଇସଲାମାବାଦ : ପାକିସ୍ତାନରେ ସାଧାରଣ ନିର୍ବାଚନର ଭୋଟ ଗଣତି ମଧ୍ୟରେ ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାର ବଡ଼ ଅଭିଯୋଗ କରିଛନ୍ତି। ପାକିସ୍ତାନ ତେହରିକ୍‌-ଏ-ଇନସାଫ୍‌(ପିଟିଆଇ)ର ମୁଖ୍ୟଙ୍କର ଭଉଣୀ ନ୍ୟୁଜ୍‌-୧୮ ସହ କଥାବାର୍ତ୍ତାରେ କହିଛନ୍ତି କି, ସେନା ଇମ୍ରାନଙ୍କର ହତ୍ୟା କରିବାକୁ ଚାହୁଁଛି। ସେ ଏହା ମଧ୍ୟ ଦାବି କରିଛନ୍ତି କି, ପିଟିଆଇ ଜେନେରାଲ ଇଲେକ୍ସନରେ ଦୁଇ ତୃତୀୟାଂଶ ବହୁମତ ହାସଲ କରି ସାରିଛି। 

ଯଦି ପାକିସ୍ତାନ ନିର୍ବାଚନ ଆୟୋଗର ଏବେସୁଦ୍ଧା ଆକଳନ ଉପରେ ନଜର ପକାଇବା ତ ସ୍ଥିତି କିଛି ଏହି ପ୍ରକାରର ଅଛି। ନ୍ୟାସନାଲ ଆସେମ୍ୱଲିର ୨୫୦ ସିଟ୍‌ରେ ମତଗଣନା ପୂରା ହୋଇ ସାରିଛି ଏବଂ ନିର୍ଦଳୀୟ ପ୍ରାର୍ଥୀମାନେ ସର୍ବାଧିକ ୯୯ ଟି ସିଟ୍‌ରେ ବିଜୟୀ ହୋଇଛନ୍ତି। ଏଥିରେ ଅଧିକାଂଶ ପ୍ରାର୍ଥୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥିତ। 

କ୍ରିକେଟ୍‌ରୁ ରାଜନୀତିକୁ ଆସିଥିବା ନେତାଙ୍କର ଭଉଣୀ ଅଲିମା ଖାନ କହିଛନ୍ତି, ଅନେକ ମାମଲାରେ ଏମିତି ହୋଇଛି କି, ଇମ୍ରାନ ଖାନଙ୍କ ସମର୍ଥନରେ ଥିବା ପ୍ରାର୍ଥୀମାନେ ୮୦ ହଜାରରୁ ଅଧିକ ଭୋଟରେ ଆଗରେ ଥିବା ସତ୍ତ୍ୱେ ହାରିବା ଘୋଷିତ କରି ଦିଆ ଯାଇଛି। ଦିନ ଦିପ୍ରହରେ ଲୁଟ୍ ହୋଇଛି ଏବଂ ଭୋଟ ଚୋରାଇ ନିଆଯାଇଛି। 

ନୱାଜ ସରିଫଙ୍କର ପାର୍ଟି ୫୦-୬୦ ସିଟ୍‌ରୁ ଜିତୁଛି ଏବଂ ଏଥିରେ ମଧ୍ୟ ଚୋରି ହୋଇଛି। ସେ କହିଛନ୍ତି ଆମର ଜଣେ ପ୍ରାର୍ଥୀ ଲାହୋର ହାଇକୋର୍ଟରେ ଷ୍ଟେ ଅର୍ଡର ନେଇଛନ୍ତି। ଅନ୍ୟ ପ୍ରାର୍ଥୀମାନେ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି।  

ଉଲ୍ଲେଖନୀୟ ଯେ , ୭୧ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ରେ ଅଛନ୍ତି ଏବଂ ତାଙ୍କର ନିର୍ବାଚନ ଲଢିବାକୁ ଲାଗିଛି ପ୍ରତିବନ୍ଧକ। ଖାନଙ୍କ ପାର୍ଟିର ପ୍ରତ୍ୟାଶୀ ମାନେ ନିର୍ଦଳୀୟ ପ୍ରାଥିତ୍ୱ ଭାବେ ନିର୍ବାଚନ ଲଢିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.