ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଣାର୍କରେ ବିଜୁ ଖେଳ ଭବନ ଉଦଘାଟନ

କୋଣାର୍କ,୨୩।୨: କ୍ରୀଡା କ୍ଷେତ୍ରରେ ନୂଆ ପ୍ରତିଭା ସୃଷ୍ଟି ପାଇଁ ପର୍ଯ୍ୟଟନସ୍ଥଳୀ କୋଣାର୍କରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ନିକଟରେ ନବନିର୍ମିତ ବିଜୁ ଖେଳ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁକ୍ରବାର ଅପରାହ୍ନ ୫ଟାରେ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ପରେ ଏଠାରେ ଅତିଥିଭାବେ ଯୋଗଦେଇଥିବା କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଉଦଘାଟନ କରିଥିଲେ। ପ୍ରାୟ ୬କୋଟି ବ୍ୟୟ ଅଟକଳରେ ଗତ ମାର୍ଚ୍ଚ ମାସରୁ ଏହି ଖେଳ ଭବନ ନିର୍ମାଣ କାର୍ଯ୍ୟ ଶେଷ ହୋଇ କ୍ରୀଡା ବିଭାଗକୁ ହସ୍ତାନ୍ତର ହୋଇଛି । ଖେଳ ଭବନରେ ବ୍ୟାଡମିଣ୍ଟନ ହଲ ଓ ଜିମ ଉପକରଣ ସବୁ ରହିଛି । କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୪୮ଟି ବହୁମୁଖି ଇନଡୋର ଷ୍ଟାଡିୟମ, ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ ଅନେକ କ୍ରିଡ଼ା ପ୍ରକଳ୍ପ ଶୁଭ ଉଦଘାଟନ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.