ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

World Cup: ଭାରତ ନା ଅଷ୍ଟ୍ରେଲିଆ, କିଏ ହେବ ବିଶ୍ୱ ବିଜେତା ? କଣ କହୁଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି

ଅହମଦାବାଦ, ୧୯/୧୧: ବିଶ୍ୱକପ୍ ଫାଇନାଲକୁ ନେଇ ଅନେକ ଭବିଷ୍ୟବାଣୀ କରୁଛନ୍ତି । ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରେମୀ ବିଶ୍ୱକପ୍ ୨୦୨୩କୁ ନେଇ କରୁଛନ୍ତି ପୂର୍ବାନୁମାନ । କିଏ ଜିତିବ ତାକୁ ନେଇ ବି ଆକଳନ କରୁଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟର୍ସ ମଧ୍ୟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବାକୁ ଥିବା ଫାଇନାଲ୍ ମୁକାବିଲାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ପାକିସ୍ତାନ ଟିମର ପୂର୍ବତନ ଖେଳାଳି ସ୍ପିନର୍ ସକଲୈନ୍ ମୁସ୍ତାକ, ଅଲରାଉଣ୍ଡର ସାହିଦ୍ ଆଫ୍ରିଦି ଓ ବ୍ୟାଟର ମୋହମ୍ମଦ ୟୁସୁଫ୍ ଫାଇନାଲ୍ ମୁକାବିଲାକୁ ନେଇ ନିଜ ନିଜ ମତ ରଖିଛନ୍ତି । ପାକିସ୍ତାନ ଟିଭି ଚ୍ୟାନେଲରେ ଏହି ୩ ପୂର୍ବତନ କ୍ରିକେଟର ସେମାନଙ୍କ ଆକଳନ କରିଛନ୍ତି ।

ବିଶ୍ୱକପ୍ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ବେଟିଂ ଇଣ୍ଡଷ୍ଟ୍ରୀ ଚଳଚଞ୍ଚଳ, ଲାଗିଛି ୭୦,୦୦୦ କୋଟିର ବେଟିଂ

ପ୍ରଥମେ ମୋହମ୍ମଦ ୟୁସୁଫ୍ ଭାରତ ବିଶ୍ୱ ବିଜେତା ହେବ ବୋଲି କହିଛନ୍ତି । ଏହାପରେ ସକଲୈନ୍ ମୁସ୍ତାକ ଓ ସାହିଦ୍ ଆଫ୍ରିଦି ଅଷ୍ଟ୍ରିଲିଆ ବିଜୟୀ ହୋଇପାରେ ବୋଲି କହିଛନ୍ତି । ମୋହମ୍ମଦ ୟୁସୁଫ୍ କହିଛନ୍ତି, ଭାରତ ଯେଭଳି ଭାବେ ଖେଳୁଛି, ପ୍ରଥମରୁ ହିଁ ଚାମ୍ପିଅନ୍ ଲାଗୁଛି । 

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଲକ୍ଷେ ୩୦ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଦିନ ୨ଟାରୁ ଆରମ୍ଭ ହେବ ମ୍ୟାଚ୍ । ଦିନ ଗୋଟାଏ ୩୦ରେ ପଡ଼ିବ ଟସ୍ । 

ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ଅହମ୍ମଦାବାଦରେ ବିଶ୍ୱକପ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏଯାବତ୍ ଭାରତ ଗୋଟିଏ ବି ମ୍ୟାଚ୍ ନ ହାରି ଫାଇନାଲରେ ପହଞ୍ଚିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୮ଟି ମ୍ୟାଚରେ ହାରି ନାହିଁ । ଯେତେବେଳେ କି ଭାରତ ୧୦ରୁ ୧୦ ମ୍ୟାଚ୍ ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଥିଲା । ଯେତେବେଳେ କି ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ୩ ୱିକେଟରେ ହରାଇ ଥିଲା ।

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.