ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଖେଳିବେନି କେଏଲ୍‌ ରାହୁଲ

Image Courtesy: abplive

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୧୫ରୁ ଆରମ୍ଭ ହେବ । ରାଜକୋଟରେ ଦୁଇ ଟିମ୍‌ଙ୍କ ମଧ୍ୟରେ ଲଢ଼େଇ ଦେଖିବେ ଖେଳପ୍ରେମୀ । କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି । ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ଏବଂ ବ୍ୟାଟର କେଏଲ ରାହୁଲ ତୃତୀୟ ଟେଷ୍ଟ ଖେଳିପାରିବ ନାହିଁ । ଏହା ପୂର୍ବରୁ ରାହୁଲ ଏବଂ ଜାଡେଜାଙ୍କ ଖେଳିବେ କି ନାହିଁ ସେମାନଙ୍କ ଫିଟନେସ ଉପରେ ନିର୍ଭର କରୁଛି ବୋଲି କୁହାଯାଇଥିଲା । ଆଉ ଏବେ ସ୍ପଷ୍ଟ ହୋଇଯାଇଛି ଯେ, କେଏଲ ରାହୁଲ ଖେଳିପାରିବେ ନାହିଁ ।

ଅନ୍ୟପଟେ ରବୀନ୍ଦ୍ର ଝାଡ଼େଜା ଫିଟ୍ ହୋଇଛନ୍ତି । ତାଙ୍କର ତୃତୀୟ ଟେଷ୍ଟ ଖେଳିବା ପ୍ରାୟତଃ ସ୍ପଷ୍ଟ। ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୧-୧ରେ ବରାବର ରହିଛି। ପ୍ରଥମ ମ୍ୟାଚକୁ ଇଂଲଣ୍ଡ ୨୮ ରନରେ ଜିତିଥିବା ବେଳେ ଦ୍ଵିତୀୟ ଟେଷ୍ଟରେ ଭାରତ ୧୦୬ ରନରେ ବିଜୟ ଲାଭ କରିଥିଲା। ଏବେ ତୃତୀୟ ଟେଷ୍ଟ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ହୋଇ ପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୃତୀୟ ଟେଷ୍ଟରେ କେଏଲ ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକର ବ୍ୟାଟର ଦେବଦତ୍ତ ପାଡିକଲଙ୍କ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି । ଘରୋଇ କ୍ରିକେଟରେ ପାଡିକଲ ଚମତ୍କାର ଫର୍ମରେ ଅଛନ୍ତି । ତେଣୁ ରାଜକୋଟ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.