ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାଇଦ୍ରାବାଦରେ ନିଜ ଜାଲରେ ଫଶିଲା ଟିମ୍‌ ଇଣ୍ଡିଆ; ପ୍ରଥମ ଟେଷ୍ଟ ଜିତିଲା ଇଂଲଣ୍ଡ

ହାଇଦ୍ରାବାଦ,୨୮/୦୧: ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୨୮ ରନ୍‌ରେ ଭାରତ ପରାଜୟର ସମ୍ମଖିନ ହୋଇଛି। ମ୍ୟାଚ୍‌ରେ ପ୍ରାୟ ପଛରେ ପଡିଥିବା ଇଂଲଣ୍ଡର ଓଲି ପୋପ୍ ୧୯୬ ରନ୍‌ର ଏକ ଦର୍ଶନୀୟ ଇନିଂସ ଖେଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ, ଅବଶିଷ୍ଟ କାମ ଇଂଲିସ ସ୍ପିନର ଟମ୍ ହାର୍ଟଲି ହାସଲ କରିବାରେ ସଫଳ ହୋଇଥିଲେ। ନିଜର ଡେବ୍ୟୁ ଟେଷ୍ଟରେ ଗୋଟିଏ କି ଦୁଇଟି ନୁହେଁ ବରଂ ୭ଟି ଓ୍ବିକେଟ ନେଇଥିଲେ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୪୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିଲା। ତା’ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡ ସ୍କୋରବୋର୍ଡରେ ୪୨୦ ରନ୍ ରଖି ଭାରତ ଆଗରେ ୨୩୧ ରନ୍‌ର ଲକ୍ଷ୍ୟ ରଖିଥିଲା। ଟାର୍ଗେଟକୁ ପିଛା କରି ଭାରତ ଏହାର ଦ୍ୱିତୀୟ ଇନିଂସରେ ୨୦୨ ରନ୍କୁ ଖସି ଆସିଥିଲା। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ୧୯୦ ରନ୍ ପଛରେ ଥିଲା। ଇଂଲଣ୍ଡ ଏକ ଭଲ ଆରମ୍ଭ କରିଥିଲା, କିନ୍ତୁ କ୍ରମାଗତ ୱିକେଟ୍ ପତନ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୧୬୩ ରନ୍‌ରେ ଇଂଲିସ ଦଳ ୫ ୱିକେଟ୍ ହରାଇଥିଲା। କିନ୍ତୁ ଏହାରି ଭିତରେ ତିନି ନମ୍ବରରେ ଆସିଥିବା ଓଲି ପୋପ୍, ବେନ୍ ଫକ୍ସଙ୍କ ସହ ଷଷ୍ଠ ୱିକେଟ୍ ସୁଦ୍ଧା ୧୧୨ ରନ୍ ଯୋଡ଼ି ଦଳକୁ ୨୭୫ ରନ୍ ସ୍କୋରକୁ ନେଇଥିଲେ।

ତା’ପରେ ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୩୧୬ ବୋର୍ଡରେ ରଖିଥିଲା ଏବଂ ଏହାରି ଭିତରେ ଓଲି ପୋପ୍   ୧୪୮ ରନ୍ କରି କ୍ରିଜରେ ଉପସ୍ଥିତ ଥିଲେ। ତା’ପରେ ଇଂଲଣ୍ଡ ଚତୁର୍ଥ ଦିନରେ ବ୍ୟାଟିଂ କରି ୪୨୦ ରନ୍ କରି ଦ୍ୱିତୀୟ ଇନିଂସ ଶେଷ କରିଥିଲା। ଏଣଥିମଧ୍ୟରେ ଓଲି ପୋପ୍ ୨୧ଟି ଚୌକା ସହାୟତାରେ ୨୭୮ ବଲ୍‌ରେ ଦଳ ପାଇଁ ୧୯୬ ରନ୍ ସ୍କୋର କରିଥିଲେ।

୨୩୧ ରନ୍‌ର ଲକ୍ଷ୍ୟ ହାସଲ କରିପାରିନଥିଲା ଟିମ୍‌ ଇଣ୍ଡିଆ: 

କ୍ୟାପଟେନ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସୱାଲ ଟାର୍ଗେଟକୁ ପିଛା କରି ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ସୁଦ୍ଧା ଉଭୟ ୪୨ ରନ୍ ଯୋଡ଼ିଥିଲେ। ୧୨ ଓଭର ଚତୁର୍ଥ ବଲରେ ଜୟସ୍ୱାଲଙ୍କ ଆଉଟ୍‌ ହେବା ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲା। ଜୟସୱାଲ ୩୫ ଟି ବଲ୍‌ରେ ୨ ଚୌକା ସହାୟତାରେ ୧୫ ରନ କରିଥିଲେ। ତା’ପରେ ବ୍ୟାଟିଂ କରିବାକୁ ବାହାରିଥିବା ଶୁଭମାନ ଗିଲ ଆକାଉଣ୍ଟ ଖୋଲି ନପାରି ତାଙ୍କ ଇନିଂସର ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। 

ଏହା ପରେ ଭଲ ଇନିଂସ ଖେଳୁଥିବା ଅଧିନାୟକ ରୋହିତ ଶର୍ମା ୧୮ ତମ ଓଭରରେ ଟମ ହାର୍ଟଲିଙ୍କ ବଲରେ ଆଉଟ ହୋଇଥିଲେ। ତା’ପରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ଅକ୍ଷର ପଟେଲ ୩୦ ତମ ଓଭରରେ ଆଉଟ୍ ହୋଇଥିଲେ। କିଛି ସମୟ ପରେ କେ.ଏଲ୍ ରାହୁଲ ୨୨ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। 

ଭାରତ ପକ୍ଷରୁ ଲଗାତାର ୱିକେଟ୍ ଖସିବା ପରେ ବିଜୟର ଆଶା ମଉଳିବାରେ ଲାଗିଥିଲା। ୩୯ ଓଭରରେ ଦଳକୁ ଷଷ୍ଠ ଝଟ୍‌କା ଲାଗିଥିଲା। ରବିନ୍ଦ୍ର ଜାଡେଜା ୧୧୯ ରନ ସ୍କୋର କରି ପାଭିଲିୟନ ଫେରିଥିଲେ। ତା’ପରେ ଶ୍ରେୟସ୍ ଆୟର (୧୩) ୪୧ ତମ ଓଭରରେ ପାଭିଲିୟନକୁ ଫେରିଥିଲେ। ଏହା ପରେ କେ.ଏସ୍ ଭରତ ୩ ଚୌକା ସହାୟତାରେ ୨୮ ରନ୍ ସଂଗ୍ରହ କରି ଓ୍ପିକେଟ ହରାଇଥିଲେ। ତା’ପରେ ୬୪ ତମ ଓଭରରେ ୧୭୭ ରନ୍ ସ୍କୋରରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ରୂପେ ଦଳକୁ ନବମ ଝଟକା ଲାଗିଥିଲା। ଏହା ପରେ ସିରାଜ ଏବଂ ବୁମରା ଶେଷ ୱିକେଟ୍ ପାଇଁ ୨୫ ରନ୍ ଭାଗିଦାରୀ କରିଥିଲେ, କିନ୍ତୁ ସେମାନେ ଦଳକୁ ବିଜୟ ଆଡକୁ ନେଇପାରିନଥିଲେ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.