ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଇଣ୍ଡୋନେସିଆରେ ଭୟଙ୍କର ଜ୍ବାଳାମୁଖୀ ଉଦଗୀରଣ, ୩ କିଲୋମିଟର ଉଚ୍ଚକୁ ଉଠୁଛି ଧୂଆଁ ଓ ପାଉଁଶ

Image Courtesy: hindustantimes

ନୂଆଦିଲ୍ଲୀ: ରବିବାର ଇଣ୍ଡୋନେସିଆର ସକ୍ରିୟ ଜ୍ବାଳାମୁଖୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଭାବେ ହୋଇଛି ଯେ, ୩ କିଲୋମିଟର ଉଚ୍ଚକୁ ଧୂଆଁ ଏବଂ ପାଉଁଶ ଉଠୁଥିବା ଜଣାପଡ଼ିଛି । ସୁମାତ୍ରାରେ ଥିବା ମାଉଣ୍ଟ ମାରାପି ଜ୍ବାଳାମୁଖୀ ଉଦଗୀରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ୯, ୮୪୨ ଫୁଟ ଉଚ୍ଚତାରେ ଏହି ଉଦଗୀରଣ ଚତୁର୍ଦିଗକୁ ଧୂଆଁମୟ କରିଥିବା ନେଇ ଦେଶର ଭଲକାନୋଲୋଜି କେନ୍ଦ୍ରର ମୁଖ୍ୟ ହେଣ୍ଡ୍ରା ଗୁନାଓ୍ବାନ କହିଛନ୍ତି । 

ତେବେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ଆଗ୍ନେଇଗିରି ଉଦଗୀରଣ ଜାରି ରହିଥିବା ବେଳେ ଦେଶବ୍ୟାପୀ ଆଲର୍ଟ ଜାରି ରହିଛି । ମାରାପି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନେଇ ମାଉଣ୍ଟ ମାରାପି ନିରିକ୍ଷଣ କେନ୍ଦ୍ରର ଅଧିକାରୀ ଅହମଦ ରିଫାନ୍ଦି କହିଛନ୍ତି । 

ଆଗ୍ନେୟଗିରି ଉଦଗୀରଣ ଫଳରେ ନିର୍ଗତ ହେଉଥିବା ପାଉଁଶ ପଶ୍ଚିମ ସୁମାତ୍ରାରେ ଥିବା ବୁକିଟିଙ୍ଗି ସହରରେ ପ୍ରବେଶ କରିପାରେ । ସେପଟେ ନର୍ଯ୍ୟଟକଙ୍କୁ ଜ୍ବାଳାମୁଖୀ ୩ କିଲୋମିଟର ପରିଧି ମଧ୍ୟରେ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟୋପି, ଚଷମା ଏବଂ ମାସ୍କ ପିନ୍ଧିବାକୁ କୁହାଯାଇଛି । 

ସୁମାତ୍ରା ଦ୍ବୀପରେ ଥିବା ମାଉଣ୍ଟ ମାରାପି ସବୁଠାରୁ ସକ୍ରିୟ ଜ୍ବାଳାମୁଖୀ । ଏହା ପୂର୍ବରୁ ମେ’ ମାସରେ ଜାଭାରେ ଥିବା ଅନ୍ୟ ଏକ ସକ୍ରିୟ ଜ୍ବାଳାମୁଖୀ ମାଉଣ୍ଟ ମେରାପିରେ ଉଦଗୀରଣ ଘଟିଥିଲା । ଏଥିରୁ ବାହାରୁଥିବା ଲାଭା ୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ତେବେ ଇଣ୍ଡୋନେସିଆରେ ୧୩୦ରୁ ଅଧିକ ସକ୍ରିୟ ଜ୍ବାଳାମୁଖୀ ରହିଛି ।

 


 

 

 

  • Indonesia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.