ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଡିସେମ୍ବରରେ ଉଦ୍‌ଘାଟନ ହେବ ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ୍‌, ଖର୍ଚ୍ଚ ହୋଇଛି ୧୨୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର,୧୮/୧୧: କ୍ରୀଡ଼ାର  ଉନ୍ନତି ଦିଗରେ ରାଜ୍ୟ ସରକାର ମୁକ୍ତ ହସ୍ତରେ ପୁଞ୍ଜି ନିବେଶ କରି ଚାଲିଛନ୍ତି । ଫଳରେ ରାଜ୍ୟରେ ଗଢ଼ି ଉଠିଛି ଏକାଧିକ କ୍ରୀଡ଼ାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି,  କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଉଚ୍ଚ ପ୍ରଦର୍ଶନ  କେନ୍ଦ୍ର ଏବଂ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ଦେଶର  ପ୍ରଥମ ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ  କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ଚାଲିଛି ଏବଂ  ଏହାର କାର୍ଯ୍ୟ ଆସନ୍ତା ଡିସେମ୍ବର ମାସରେ  ସଂପୂର୍ଣ୍ଣ ହୋଇ ଉଦ୍‌ଘାଟନ କରାଯିବାର  କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ କ୍ରୀଡ଼ା ଓ  ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ  ଏବଂ କଳିଙ୍ଗ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବିଶ୍ୱ କ୍ରୀଡ଼ା  ମାନଚିତ୍ରରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛି ।  ଖୁବ ଶୀଘ୍ର କଳିଙ୍ଗ ଇନ୍‌ଡୋର ଆଥଲେଟିକ୍ସ  ଷ୍ଟାଡିୟମ ମଧ୍ୟ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ  ଯୋଡ଼ି ହେବାକୁ ଯାଉଛି । ଦକ୍ଷିଣ ଏସିଆରେ  ମଧ୍ୟ ଏହା ପ୍ରଥମ ଇନ୍‌ଡୋର ଷ୍ଟାଡିୟମ  ହେବାକୁ ଯାଉଛି । 

ଷ୍ଟାଡିୟମ ୧୨୦ ମିଟର *୬୦ ମିଟର  ପରିମିତ କ୍ଷେତ୍ରରେ ନିର୍ମାଣ ହୋଇଛି ।  ଇଟାଲୀର ମଣ୍ଡୋ ଏସ୍‌.ପି.ଏ କମ୍ପାନୀ  ୧୦,୦୦୦ ସ୍କୟାର ମିଟରରେ ମଣ୍ଡୋ ଟ୍ରାକ୍‌  ବିଛାଇଛି । ଏହା ଦେଶର ପ୍ରଥମ ମଣ୍ଡୋ ଟ୍ରାକ୍‌  ବୋଲି କୁହାଯାଉଛି । ଷ୍ଟାଡିୟମର କାର୍ଯ୍ୟ ଏକ  ପ୍ରକାର ଶେଷ ହୋଇଯାଇଛି । ନଭେମ୍ବର ଶେଷ  ସପ୍ତାହରେ ମଣ୍ଡୋ ଏସ୍‌.ପି.ଏ କମ୍ପାନୀର  ଅଫିସିଆଲମାନେ ଆସି ଟ୍ରାକ୍‌ ଉପରେ  ମାର୍କିଂ କରିବା ଏବଂ ଡିସେମ୍ବର ପ୍ରଥମ  ସପ୍ତାହରେ ବିଶ୍ୱ ଆଥଲେଟିକ୍ସ ମହାସଂଘର  ଅଧିକାରୀମାନେ ଷ୍ଟାଡିୟମ ପରିଦର୍ଶନ  କରିବାର କାର୍ଯ୍ୟକ୍ରମ ରହିଛି । 

ରାଜ୍ୟ କ୍ରୀଡ଼ା ବିଭାଗର ସଚିବ ଆର.  ଭିନିଲ କ୍ରିଷ୍ଣା କହିଛନ୍ତି, ‘ଏହା ଦେଶର ପ୍ରଥମ  ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ । କାର୍ଯ୍ୟ  ସଂପୂର୍ଣ୍ଣ ହୋଇଛି । ଅଳ୍ପ କିଛି କାମ ଚଳିତ ମାସ  ଶେଷ ସୁଦ୍ଧା ଶେଷ ହୋଇଯିବ ।’ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ଶୀତତାପ  ନିୟନ୍ତ୍ରିତ । ୧୦୦ ମି, ୨୦୦ ମିଟର ଟ୍ରାକ୍‌ ସାଙ୍ଗକୁ  ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ପୋଲ ଭଲ୍ଟ ଓ ସଟ୍‌ ପୁଟ୍‌  ପାଇଁ ସୁବିଧା ରହିଛି । ମୁଖ୍ୟ ଟ୍ରାକ୍‌ ସହ  ୧୧୦ ମିଟର ଅଭ୍ୟାସ ଟ୍ରାକ୍‌ ମଧ୍ୟ ନିର୍ମାଣ  କରାଯାଇଛି । ଷ୍ଟାଡିୟମ ମଧ୍ୟରେ ରହିଛି  ୬୦ଟି କୋଠରୀ । ପ୍ରତି କୋଠରୀରେ ୨ ଜଣ  ଖେଳାଳି ରହିପାରିବେ । ଏଥିସହିତ ଜିମ୍‌ ଏବଂ  ଅନ୍ୟାନ୍ୟ ବ୍ୟବସ୍ଥା ରଖାଯାଇଛି । ବର୍ଷ ସାରା  ଏଠାରେ ଖେଳାଳିମାନେ ଅଭ୍ୟାସ କରିପାରିବେ ।  ୧୦୦ ଜଣ ଆଥଲେଟଙ୍କୁ ସେଠାରେ ରଖା ଯାଇ  ପ୍ରବୀଣ ଓ ଦକ୍ଷ କୋଚଙ୍କ ଦ୍ୱାରା ପ୍ରଶିକ୍ଷଣ  ପ୍ରଦାନ କରାଯିବାର ଯୋଜନା ରଖାଯାଇଛି । 

୧୨୦ କୋଟି ଟଙ୍କାରେ ଷ୍ଟାଡିୟମର ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୦୦ ଦର୍ଶକ ବସିଲା ଭଳି ଗ୍ୟାଲେରୀ ପ୍ରସ୍ତୁତ ହୋଇଛି । ପ୍ରେସ ବକ୍ସ ସାଙ୍ଗକୁ ପ୍ରସାରଣ ପାଇଁ ବିଶେଷ ସୁବିଧା କରାଯାଇଛି ।  କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଆଉ ଏକ  ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେଉଛି କ୍ରୀଡ଼ା ବିଜ୍ଞାନ  କେନ୍ଦ୍ର । କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଉନ୍ନତି  ଓ ବିକାଶ ପାଇଁ ସବୁ ପ୍ରକାର ଅତ୍ୟାଧୁନିକ  ଜ୍ଞାନକୌଶଳ ଯୁକ୍ତ ବୈଜ୍ଞାନିକ ଯନ୍ତ୍ରପାତି  ଏହି କେନ୍ଦ୍ରରେ ରଖାଯାଇଛି । ଉଭୟ ପାରା  ଓ ସାଧାରଣ କ୍ରୀଡ଼ାବିତଙ୍କ ପାଇଁ ସମସ୍ତ  ସୁବିଧା ରହିଛି । ୟୁରୋପୀୟ ମାନର ସମସ୍ତ  ସୁବିଧା ସୁଯୋଗ ଦେଶର ଗୋଟିଏ ସ୍ଥାନରେ  କ୍ରୀଡ଼ାବିତଙ୍କୁ ମିଳିବା ହୁଏତ କଷ୍ଟକର । କିନ୍ତୁ  ଓଡ଼ିଶା ସରକାର ଏ ବ୍ୟବସ୍ଥା ଆମ କ୍ରୀଡ଼ାବିତଙ୍କ  ପାଇଁ ଯୋଗାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.