ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଅନିୟମିତତା,୬୦ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଚେତାବନୀ

କଟକ,୨୨/୦୨: ପ୍ରଥମ ଦିନର ମାଟ୍ରିକ୍‌ ପରୀକ୍ଷାରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରାରେ କେତେକ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଧରାପଡ଼ିବା ପରେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ବହୁ ଘଣ୍ଟାଚକଟା ଚାଲିଛି । ଏଥିପାଇଁ ରାଜ୍ୟରେ ୬୦ରୁ ଅଧିକ ସ୍କୁଲ୍‌ ବୋର୍ଡ ସ୍କାନରରେ ଆସିଛି । ତେଣୁ ବୋର୍ଡ ପକ୍ଷରୁ ସମ୍ପୃକ୍ତ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ଚେତାବନୀ ଦିଆଯାଇଛି । 

ଏଆଇ କ୍ୟାମେରା ସାହାଯ୍ୟରେ ପ୍ରଶ୍ନପତ୍ର ବଣ୍ଟନଠାରୁ ଆରମ୍ଭ କରି ହଲ୍‌ ଭିତରେ ନିରୀକ୍ଷକଙ୍କ ଅନୁପସ୍ଥିତି, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଦାୟିତ୍ୱହୀନତା, ପରୀକ୍ଷାର୍ଥୀଙ୍କ ଗପସପ ଆଦି ସାଂଘାତିକ ଅନିୟମିତତାର ପ୍ରମାଣ ବୋର୍ଡ କର୍ତ୍ତୃପକ୍ଷ ପାଇଛନ୍ତି । କଟକ ଜିଲ୍ଲାରେ ନରସିଂହପୁରର ଅନନ୍ତ ନାରାୟଣ ସ୍କୁଲ୍‌ର ପରୀକ୍ଷା ହଲ୍‌ରେ ମହିଳା ହୋମଗାର୍ଡ ପଶି କପି ଦେବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହାର ତଦନ୍ତ ଲାଗି କଟକ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ସହ ନିରୀକ୍ଷକମାନଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ସୁରକ୍ଷା ଦାୟିତ୍ୱରେ ସମ୍ପୃକ୍ତ ମହିଳା ହୋମାଗାର୍ଡ ହଲ୍‌ ଭିତରକୁ ବଳପ୍ରୟୋଗ କରି ପଶିଥିବା ତଦନ୍ତରୁ ଜଣାପଡ଼ିଛି । ନିୟୋଜିତ ୪ ଜଣ ନିରୀକ୍ଷକଙ୍କୁ ହୋମଗାର୍ଡ ଧକ୍କା ମାରି ପରୀକ୍ଷା କେନ୍ଦ୍ର ଭିତରକୁ ଧସେଇ ପଶିଥିଲେ । ଏମିତିକି ସେ ପୁଲିସ୍‌ ଭୟ ଦେଖାଇଥିଲେ ବୋଲି ଡିଇଓ କହିଛନ୍ତି । ହୋମଗାର୍ଡଙ୍କ ବିରୋଧରେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେନାହିଁ କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅବଗତ କଲେନାହିଁ ତାହାକୁ ନେଇ ଚର୍ଚ୍ଚା ହେଉଛି । 

ସେହିପରି ରାଜ୍ୟର ଆଉ କେତେକ କେନ୍ଦ୍ରରେ ହୋଇଥିବା ତ୍ରୁଟିର ଟିକିନିିଖି ପ୍ରମାଣ ହସ୍ତଗତ ହୋଇଛି । କଟକ ଜିଲ୍ଲାର ୪ଟି ସେଣ୍ଟର ସମେତ କଳାହାଣ୍ଡି କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ, ଢେଙ୍କାନାଳର ମିରାମୁଣ୍ଡଳି ଅରବିନ୍ଦ ବିଦ୍ୟାମନ୍ଦିର, ପୁରୀର ପିପିଲି ନୋଡାଲ୍‌ ହାଇସ୍କୁଲ୍‌ ଏବଂ ନୟାଗଡ଼ ରଣପୁରସ୍ଥିତ ବିସି ହାଇସ୍କୁଲ୍‌ ସେଣ୍ଟରରେ ଅନେକ ତ୍ରୁଟି ଧରାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.