ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଗାଜାର ଅଲ୍-ଶିଫା ହସ୍ପିଟାଲରେ ହମାସର ଟନେଲ୍ ଠାବ କଲା ଇସ୍ରାଏଲ୍

ଜେରୁଜେଲମ୍, ୧୭/୧୧: ଗାଜାର ଅଲ୍-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ହସ୍ପିଟାଲର ଆଉଟ୍ ଡୋରରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ହମାସର ସୁଡ଼ଙ୍ଗ ଠାବ କରିଥିବା ଦାବି କରିଛି । କହିଛି, ଗାଜାର ସବୁଠୁ ବଡ଼ ମେଡିକାଲରେ ହମାସ୍ ଆତଙ୍କବାଦୀ ଉକ୍ତ ସୁଡ଼ଙ୍ଗର ନିର୍ମାଣ କରି ବ୍ୟବହାର କରୁଥିଲେ । 

ଅନ୍ୟପଟେ ଫିଲିସ୍ତିନ ଶରଣାର୍ଥୀଙ୍କୁ ସହାୟତା ପ୍ରଦାନକୁ ସ୍ଥଗିତ ରଖିଛି ଜାତିସଂଘ । ଯୁଦ୍ଧ ବ୍ୟାପକ ହେଉଥିବାରୁ ସହାୟତା ପହଞ୍ଚାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ଫିଲିସ୍ତିନରେ ଥିବା ଜାତିସଂଘର ଶରଣାର୍ଥୀ ଏଜେନ୍ସି । ବୁଧବାର ଗାଜାର ଅଲ୍-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ରେଡ୍ କରିଥିଲା । ଅଭିଯୋଗ କରିଥିଲା, ହସ୍ପିଟାଲକୁ ହମାସ୍ କଣ୍ଟ୍ରୋଲ୍ ସେଣ୍ଟର ଭାବେ ବ୍ୟବହାର କରୁଛି ।

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ସକାଳ ୬ରୁ ରାତି ୧୦ ଯାଏଁ ଚାଲିବ କାମ, ଆଜିଠୁ ଭାରା ଓ ମଞ୍ଚା ବାନ୍ଧିବ ଏଏସ୍‌ଆଇ

ଗୁରୁବାର ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଏକ ଭିଡିଓ ଜାରି କରିଥିଲା । ଯେଉଁଥିରେ ଇସ୍ରାଏଲ୍ ଦାବି କରିଥିଲା, ହସ୍ପିଟାଲରୁ ବିପୁଳ ଯୁଦ୍ଧାସ୍ତ୍ର ସହ ବିସ୍ଫୋରକ ମିଳିଛି । ଏପରିକି ଏମ୍ଆରଆଇ ୟୁନିଟରୁ ମଧ୍ୟ ଯୁଦ୍ଧାସ୍ତ୍ର ମିଳିଥିବା ଆଇଡିଏଫ୍ ଦାବି କରିଥିଲା । ତେବେ ଇସ୍ରାଏଲର ଏସବୁ ଦାବିକୁ ହମାସ୍ ଅଗ୍ରାହ୍ୟ କରିଛି । 

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ୍ କହିଛନ୍ତି, ଗାଜାର ଅଲ୍-ଶିଫା ହସ୍ପିଟାଲରେ ହମାସ୍ ପଣବନ୍ଦୀଙ୍କୁ ରଖିଛି । ଯେଉଁଥି ପାଇଁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ହସ୍ପିଟାଲରେ ଛାନଭିନ୍ କରୁଥିବା ଯୁକ୍ତି ବାଢ଼ିଥିଲେ ନେତନ୍ୟାହୁ । ଅନ୍ୟପଟେ ଗାଜାରେ ପୁଣି ଥରେ ଟେଲି କମ୍ୟୁନିକେସନ୍ ବ୍ୟାହାତ ହୋଇଛି । 

ଛତିଶଗଡ଼, ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ, ୭.୨୩ କୋଟି ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ଅକ୍ଚୋବର ୭ରେ ହମାସ୍ ଅତର୍କିତ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ଯାହାର ଜବାବରେ ଗାଜାପଟ୍ଟିରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଯୁଦ୍ଧରେ ଇସ୍ରାଏଲର ୧୨୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୨୪୦ ଇସ୍ରାଏଲ୍ ନାଗରିକଙ୍କୁ ହମାସ୍ ପଣବନ୍ଦୀ କରି ରଖିଛି । ଯୁଦ୍ଧ ଯୋଗୁଁ ୧.୫ ମିଲିୟନ୍ ଲୋକ ବିସ୍ଥାପିତ ହୋଇଛନ୍ତି । ଗାଜାପଟ୍ଟିକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ୍ । 

Copyright © 2022 - Summa Real Media Private Limited. All Rights Reserved.