ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ରାଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌, ୨ ମହିଳା ଏବଂ ୫ ଶିଶୁଙ୍କ ସମେତ ୧୩ ମୃତ

Image Courtesy: CNN

ଜେରୁସାଲେମ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅସ୍ତ୍ରବିରତି ନେଇ ହମାସର ସର୍ତ୍ତକୁ ଅସ୍ବୀକାର କରିବା ପରେ ଇସ୍ରାଏଲ ସେନା ଆକ୍ରମଣ ଜୋରଦାର କରିଛି । ଗାଜାକୁ ଇଜିପ୍ଟ ସହ ଯୋଡ଼ୁଥିବା ସହର ରାଫାରେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ କରିଛି। ଏଥିରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ‘ଅବିଶ୍ବସନୀୟ’ କହିଛନ୍ତି ।

ଏହା ସହ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ବିରାମ ଲାଗି ପ୍ରୟାସ କରୁଛନ୍ତି ବୋଲି ବାଇଡେନ କହିଛନ୍ତି । ସେପଟେ ମିଳିଥିବା ସୂଚନା ଅନୁସାରେ, ଗାଜାରେ ଇସ୍ରାଏଲ ଆକ୍ରମଣ ବଢ଼ାଇଥିବା ବେଳେ ସେଠାକାର ଲୋକେ ରାଫା ବର୍ଡରକୁ ଚାଲିଆସିଛନ୍ତି । ରାଫା ଇଜିପ୍ଟର ଏକ ସହର ହୋଇଥିବା ବେଳେ ଏହା ଗାଜାକୁ ସଂଯୋଗ କରୁଛି । ହମାସ ଉପରେ ଆକ୍ରମଣ ହେବା ପରଠାରୁ ଗାଜାକୁ ମାନବୀୟ ସହାୟତା ପଠାଇବା ଲାଗି ରାଫା ଏକ ମାତ୍ର ମାଧ୍ୟମ ପାଲଟିଛି। ହେଲେ ଗାଜାରେ ଇସ୍ରାଏଲ ଧ୍ବଂସ ଲୀଳା ଚଳାଇଥିବା ବେଳେ ଲୋକେ ଭୟରେ ରାଫାକୁ ଚାଲିଆସୁଥିବା ଜଣାପଡ଼ିଛି ।

 ସେପଟେ ରାଫାରେ ବିସ୍ଥାପିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦ୍ବାରା ଇସ୍ରାଏଲ ସହ ଥିବା ଦୀର୍ଘ ୪୦ ବର୍ଷର ସନ୍ଧି ପ୍ରଭାବିତ ହୋଇପାରେ ବୋଲି ଇଜିପ୍ଟ ଭୟ କରୁଛି । ରାଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ  ଦୁଇ ମହିଳା ଏବଂ ୫ ଶିଶୁଙ୍କ ସମେତ ପ୍ରାୟ ୧୩ ଜଣଙ୍କ ଜୀବନ ଯାଇଛି । ଚାରି ମାସରୁ ଅଧିକ ଦିନ ଧରି ଇସ୍ରାଏଲର ଆକ୍ରମଣରେ ୨୭ ହଜାର ପାଲେଷ୍ଟାଇନ୍‌ ନାଗରିକ ପ୍ରାଣ ହରାଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.