ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଚୀନ୍‌ର ବିଆରଆଇ ପରିଯୋଜନା ଭଲ ନୁହେଁ…ବେଜିଂ ଗସ୍ତ ପୂର୍ବରୁ ଏମିତି କହିଲେ ଇଟାଲିର ବୈଦେଶିକ ମନ୍ତ୍ରୀ

ରୋମ୍‌, ୦୪/୦୯: ଚୀନର ମହତ୍ଵାକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆରଆଇ)କୁ ଜୋରଦାର ଟାର୍ଗେଟ କରିଛି ଇଟାଲି । ବିଆରଆଇରେ ସାମିଲ ହେବା ପରେ ଚୀନ୍‌ ସହ ଦ୍ବିପାକ୍ଷିକ ବ୍ୟାପାର ସମ୍ବନ୍ଧରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଇଟାଲିର ବୈଦେଶିକ ମନ୍ତ୍ରୀ । ଚୀନ୍‌ ଗସ୍ତ କରିବା ପୂର୍ବରୁ ଇଟାଲିର ବୈଦେଶିକ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି । 

କରୋନା କାଳରେ ହ୍ରାସ ପାଇଛି ସାଧାରଣ ଲୋକଙ୍କ ଆୟ; କିନ୍ତୁ ଧନୀ ହୋଇଛନ୍ତି ରାଜନୈତିକ ଦଳ; ବର୍ଷକରେ ବଢ଼ିଛି ଏତେ ସମ୍ପତ୍ତି?

୪ ବର୍ଷ ପୂର୍ବରୁ ବିଆରଆଇରେ ସାମିଲ ହୋଇଥିଲା ଇଟାଲି । ହେଲେ କିଛି ମାସ ହେଲା ବିଆରଆଇକୁ ବିରୋଧ କରୁଛି ଇଟାଲି । ଆମେରିକାର ବାରଣ ସତ୍ତ୍ବେ ଇଟାଲିର ପୂର୍ବତନ ସରକାର ୨୦୧୯ରେ ବିଆରଆଇରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ୟୁରୋପର ପ୍ରଥମ ଦେଶ ଭାବେ ଇଟାଲି ବିଆରଆଇରେ ସାମିଲ ହୋଇଥିଲା । ଚୀନ୍‌ ପାଇଁ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଇଟାଲିର ବୈଦେଶିକ ମନ୍ତ୍ରୀ ଏଣ୍ଟୋନିଓ ତାଜାନୀ ବିଆରଆଇ ପରିଯୋଜନାକୁ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଆରଆଇ ଦ୍ବାରା ଦେଶର ସେମିତି କିଛି ଫାଇଦା ହୋଇପାରିନାହିଁ । ତେବେ କଣ ଫାଇଦା ମିଳିଛି ବା ମିଳିନାହିଁ ସେନେଇ ଦେଶର ସଂସଦ ମୂଲ୍ୟାଙ୍କନ କରିବା ଦରକାର ବୋଲି ସେ କହିଛନ୍ତି  । 

୨୦୨୪ରେ ଦୁଇ ଦେଶ ମଧ୍ୟରେ ବିଆରଆଇ ବୁଝାମଣା ଅବଧି ଶେଷ ହେବାକୁ ଯାଉଛି । ଇଟାଲି ପୁଣି ଥରେ ବିଆରଆଇରେ ସାମିଲ ହୋଇନପାରେ ବୋଲି କୁହାଯାଉଛି । ତାଜାନୀ କହିଛନ୍ତି ସେ ଚୀନକୁ ୩ ଦିବସୀୟ ଗସ୍ତରେ ବାହାରିଛନ୍ତି । ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ଚୀନ୍‌ ଗସ୍ତ କରିବେ ବୋଲି ସଂକେତ ଦେଇଛନ୍ତି । ଆସନ୍ତା ବିଦେଶ ଗସ୍ତରେ ଚୀନ୍‌କୁ ଯିବା ପାଇଁ ଯୋଜନା କରୁଛନ୍ତି ବୋଲି ପିଏମ ମେଲୋନୀ କହିଛନ୍ତି ।

 

You can also read: ପୁଟିନଙ୍କ 'ସେପ୍ଟେମ୍ବର ପ୍ଳାନ' କ'ଣ? କିପରି କିଭ୍‌ ଉପରେ ଖୁବଶୀଘ୍ର କବ୍‌ଜା କରିବ ଋଷ


 

 

 

Antonio Tajani
Italian Foreign minister

Copyright © 2022 - Summa Real Media Private Limited. All Rights Reserved.