ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଡ୍ ସିଟ୍ ସାହାଯ୍ୟରେ ଜେଲରୁ ଫେରାର୍ ହୋଇ ଯାଇଥିଲେ ଇଟାଲିର କୁଖ୍ୟାତ୍ ମାଫିଆ, ବର୍ଷେ ପରେ ଫ୍ରାନ୍ସରୁ ଗିରଫ

ନୂଆଦିଲ୍ଲୀ, ୦୪/୦୧: ଇଟାଲିର କୁଖ୍ୟାତ ମାଫିଆ ବସ୍ ଫ୍ରାନ୍ସରୁ ଧରା ପଡ଼ିଛି । ଗତବର୍ଷ ଏହି ମୋଷ୍ଟ ୱାଣ୍ଟେଡ୍ ମାଫିଆ ଜେଲର ସବୁ ସୁରକ୍ଷା ଭେଦ କରି ବେଡ୍ ସିଟ୍ ସାହାଯ୍ୟରେ ଫେରାର୍ ହୋଇ ଯାଇଥିଲେ । ଏବେ ଫ୍ରାନ୍ସରୁ ଧରା ପଡ଼ିଛନ୍ତି । ଫ୍ରାନ୍ସ ଓ ଇଟାଲୀର ଅଧ୍ୟକ୍ଷ ଏକଥା ସ୍ପଷ୍ଟ କରିଛନ୍ତି ।

ରିପୋର୍ଟ ଅନୁସାରେ, ଇଟାଲିର କୁଖ୍ୟାତ ମାଫିଆ ମାର୍କୋ ରାଡୁନୋକୁ ଫେବ୍ରୁଆରୀ ୧ ସନ୍ଧ୍ୟାରେ ଗିରଫ କରାଯାଇଛି । ଏକ ରେଷ୍ଟୁରାଣ୍ଟରେ ମାଫିଆ ମାର୍କୋ ଜଣେ ମହିଳାଙ୍କ ସହ ସମୟ ବିତାଉଥିବା ବେଳେ ଧରାପଡ଼ିଛନ୍ତି ।

ଗତବର୍ଷ ମାଫିଆ ମାର୍କୋ ରାଡୁନୋ ନୁରୋ ସ୍ଥିତ ଜେଲରୁ ଖସି ପଳାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ଜେଲରୁ ଖସିଯିବା ଲାଗି ଏକ ବେଡ୍ ସିଟର ବ୍ୟବହାର କରିଥିଲା ମାର୍କୋ । ଛାତରୁ ବେଡ୍ ସିଟକୁ ତଳକୁ ପକାଇବା ପରେ ସେଥିରେ ତଳକୁ ଲମ୍ଫ ମାରିଥିଲା । ଆଉ ଏ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା ।

କେବଳ ଇଟାଲି କାହିଁକି ୟୁରୋପର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ହେଉଛି ମାର୍କୋ । ଫଗିଆର ଗାର୍ଗନୋ ଗ୍ୟାଙ୍ଗର ମୁଖ୍ୟ ସେ । ମାର୍କୋକୁ ୨୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ମାର୍କୋର ଅନ୍ୟତମ ସହଯୋଗୀ ଗିଆନଲୁଇଗୁକୁ ଦକ୍ଷିଣ ସ୍ପେନରୁ ଗିରଫ କରାଯାଇଛି । ଏମାନେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ସହ ନିଶା କାରବାର ଏବଂ ଅନ୍ୟ ଅପରାଧରେ ସଂଶ୍ଲିଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.