ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୦୨୪ ନିର୍ବାଚନ ପୂର୍ବରୁ ଭୋଟ୍‌ ବର୍ଜନ ଚେତାବନୀ, ପଟ୍ଟା ନ ମିଳିଲେ ଭୋଟ୍‌ ଦେବୁନି...

ଖୋର୍ଦ୍ଧା,୦୫/୧୨:ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇବାକୁ ସରକାର ଜାଗା ମିଶନ ଯୋଜନା ପ୍ରଣୟନ କରିଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ କରିବାକୁ ପୌର ପରିଷଦ ଡ୍ରୋନ୍‌ କ୍ୟାମେରା ବ୍ୟବହାର ଓ କର୍ମଚାରୀଙ୍କ ଜରିଆରେ ସର୍ଭେ କରୁଛି । କିନ୍ତୁ ଡ୍ରୋନ୍‌ କ୍ୟାମେରା ଯାନ୍ତ୍ରିକ ତ୍ରୁଟି ଫଳରେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଭାଲିଆବାଡ଼ି ନୂଆସାହି ବସ୍ତିବାସିନ୍ଦା ଜାଗା ମିଶନ ଯୋଜନାରେ ଜମି ପଟ୍ଟାରୁ ବଂଚିତ ହୋଇଛନ୍ତି । ଏ ନେଇ ବସ୍ତିବାସିନ୍ଦା ଗୁରୁବାରୀ ମୁଦୁଲି, ପିଙ୍କି ମୁଦୁଲି, ବିନୋଦିନୀ ସାମନ୍ତସିଂହାର, ମନୋରମା ସାହୁ ପ୍ରମୁଖ  ୩୧ ଜଣ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଯଦି ସରକାର ଜମିପଟ୍ଟା ପ୍ରଦାନ ନ କରନ୍ତି ତାହା ହେଲେ ଭୋଟ୍‌ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

୨୦୧୭ ମସିହାରେ ସରକାରଙ୍କ ପକ୍ଷରୁ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଆରମ୍ଭ ହୋଇଥିଲା । ଉକ୍ତ ସମୟରେ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ଜରିଆରେ ଉଷା ସର୍ଭେ କରାଯିବା ସହିତ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ସର୍ବେକ୍ଷଣ କରାଯାଇଥିଲା । କିନ୍ତୁ ଡ୍ରୋନ କ୍ୟାମେରା ଯାନ୍ତ୍ରିକ ତ୍ରୁଟି ଫଳରେ ଠିକ୍‌ ଭାବେ ସର୍ଭେ ହୋଇପାରିନଥିଲା । ଫଳରେ ଅନେକ ପରିବାର ୩୦ ବର୍ଷରୁ ଉଦ୍ଧ୍ୱର୍ ରହିବା ସତ୍ତେ୍ୱ ଜାଗା ମିଶନରେ ଜମିପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି । ଜମିପଟ୍ଟା ପାଇବାକୁ ୨୦୧୮ ମସିହାରେ ପୌରାଞ୍ଚଳ ଅଧିକାରୀଙ୍କୁ ଗୁହାରି କରିଥିଲେ । ମାତ୍ର ତାଙ୍କଠାରୁ ନିରାଶ ହେବା ପରେ ଉପଜିଲ୍ଳାପାଳ, ବିଧାୟକଙ୍କ ନିକଟରେ ଗୁହାରି କରିଆସୁଛନ୍ତି । ଜମିପଟ୍ଟା ପାଇବାକୁ ଦୀର୍ଘ ୫ବର୍ଷ ହେବ ଜଣକ ପରେ ଜଣେ ଅଧିକାରୀ, ନେତାଙ୍କ ପାଖକୁ ଦୌଡ଼ି ଦୌଡ଼ି ନାକେଦମ ହେବା ସତ୍ତେ୍ୱ ସେମାନଙ୍କୁ ଗୁହାରି  କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏଣୁ ଭୋଟ ବର୍ଜନ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.