ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲରେ ଥିବା ଇମ୍ରାନ୍ ଖାନଙ୍କ AI ବିଜୟୀ ଭାଷଣ, କହିଲେ ‘ଲଣ୍ଡନ୍ ପ୍ଲାନ୍ ଫେଲ୍’

ଇସଲାମାବାଦ, ୧୦/୦୨: ଜେଲରେ ଥିବା ଇମ୍ରାନ୍ ଖାନଙ୍କ ଏଆଇ ଭିଡିଓ ଜାରି କରିଛି ପାକିସ୍ତାନ ତେହରିକ-ଏ-ଇନସାଫ୍ (PTI) । ଏଆଇ ପ୍ରସ୍ତୁତ ବିଜୟୀ ଭିଡିଓରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ଲଣ୍ଡନ୍ ପ୍ଲାନ୍ ଫେଲ୍ ମାରିଛି ।

ଇମ୍ରାନଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ମଧ୍ୟ ପାକିସ୍ତାନ ମୁସଲିମ୍ ଲିଗ୍- ନୱାଜ୍ (PML-N) ବିଜୟୀ ହୋଇଥିବା ଦାବି କରିଥିଲେ । ନୱାଜ ଶରିଫ୍ କହିଥିଲେ, ତାଙ୍କ ଦଳ ପାକିସ୍ତାନ ନିର୍ବାଚନରେ ସବୁଠୁ ଅଧିକ ଆସନରେ ଜିତିଛି ।
ଏବେ ଇମ୍ରାନ୍ ଖାନଙ୍କ ଏଆଇ ପ୍ରସ୍ତୁତ ଭାଷଣରେ ସେ କହିଛନ୍ତି, ନୱାଜ ଶରିଫଙ୍କ ଲଣ୍ଡନ ପ୍ଲାନ୍ ବିଫଳ ହୋଇଛି । ଏହା ପଛର କାରଣ ଅଧିକ ଭୋଟିଂ ବୋଲି କହିଛନ୍ତି ଇମ୍ରାନ ଖାନ୍ । କୌଣସି ପାକିସ୍ତାନ ଶରିଫଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି ଇମ୍ରାନ୍ ।

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ପାକିସ୍ତାନ ସଂସଦର ମୋଟ ୨୬୬ ଆସନରେ ନିର୍ବାଚନ ହୋଇଥିବା ବେଳେ ବହୁମତ ୧୩୪ । ସକାଳ ୭ଟା ସୁଦ୍ଧା ପିଟିଆଇ ସମର୍ଥିତ ୯୯ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ମୁସଲିମ୍ ଲିଗର ୭୧ ଏବଂ ପାକିସ୍ତାନ ପିପଲ୍ସ ପାର୍ଟିର ୫୩ ପ୍ରାର୍ଥୀ ଜିତିଛନ୍ତି ।

ଗୁରୁବାର ପାକିସ୍ତାନରେ ମତଦାନ ହୋଇଥିଲା । ସନ୍ଧ୍ୟା ୫ଟା ୩୦ରେ ମତଦାନ ସରିବା ପରେ ବିଳମ୍ବରେ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ଭୋଟିଂର ୧୮ ଘଣ୍ଟା ପରେ ନିର୍ବାଚନ ଆୟୋଗ ଫଳାଫଳ ଘୋଷଣା ଆରମ୍ଭ କରିଥିଲେ । ଏବେ ୪୯ ଘଣ୍ଟା ପରେ ବି ସମସ୍ତ ଆସନର ଫଳାଫଳ ଆସି ନାହିଁ । ୧୫ଟି ଆସନରେ ଭୋଟ୍ ଗଣତି ଜାରି ରହିଛି ।

ତେବେ ଏହା ପ୍ରଥମଥର ନୁହେଁ । ପାକିସ୍ତାନ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନଥିବା ବେଳେ ସବୁଠୁ ଅଧିକ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୩୯ ବର୍ଷ ତଳେ ୧୯୮୫ ନିର୍ବାଚନରେ ଏଭଳି ହୋଇଥିଲା । ସେତେବେଳେ ପାକିସ୍ତାନର ଜେନରାଲ୍ ଜିୟା ଉଲ୍ ହକ୍ ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଫଳରେ ସମସ୍ତ ଆଶାୟୀ ସ୍ୱାଧୀନ ଭାବେ ଲଢ଼ିଥିଲେ । ପରେ ବିଜୟୀ ପ୍ରାର୍ଥୀ ପାକିସ୍ତାନ ମୁସଲିମ୍ ଲିଗ୍ ନାମରେ ଗୋଷ୍ଠୀ କରି ସରକାର ଗଢ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.