ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଭାରତୀୟ କ୍ରିକେଟ୍ ଦଳକୁ ଝଟକା, ଏସିଆ କପ୍ ଅଧାରୁ ଘରକୁ ଫେରିଲେ ଯଶପ୍ରୀତ ବୁମରା

Jasprit Bumrah

ମୁମ୍ବାଇ, ୦୪/୦୯: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଭାରତୀୟ ଦଳକୁ ଏକ ଝଟକା ଲାଗିଛି । ଭାରତୀୟ ଦଳର ଷ୍ଟାର ବୋଲର୍ ଯଶପ୍ରୀତ ବୁମରା ଘରକୁ ଫେରି ଆସିଛନ୍ତି । ଆଜି ଭାରତ ଏସିଆ କପରେ ତାର ଦ୍ୱିତୀୟ ମୁକାବିଲାରେ ନେପାଳକୁ ଭେଟିବ । ବୁମରା ଫେରି ଆସିଥିବାରୁ ସେ ଖେଳିବେ ନାହିଁ ।

ତେବେ କୁହାଯାଉଛି ବ୍ୟକ୍ତିଗତ କାରଣରୁ ଭାରତ ଫେରି ଆସିଥିବା ବୁମରା ଶୀଘ୍ର ହିଁ ଟିମକୁ ଫେରିବେ । ସେ କେବଳ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ନେପାଳ ବିପକ୍ଷ ମ୍ୟାଚ୍ ପରେ ଭାରତ ସୁପର୍-୪କୁ ଗଲେ ବୁମରା ମ୍ୟାଚ୍ ଖେଳିବେ । 

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ: ୧୫ ଯାଏ ପ୍ରବଳ ବର୍ଷିବ, ବଢ଼ିବ ବଜ୍ରପାତ ପ୍ରକୋପ

ଆଜତକର ରିପୋର୍ଟ ଅନୁସାରେ, ବୁମରାଙ୍କ ଘରକୁ କୁନି ଅତିଥି ଆସିବାର ଅଛି । ଅର୍ଥାତ୍ ଶୀଘ୍ର ଯଶପ୍ରୀତ ବୁମରା ବାପା ହେବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ୨୦୨୧ ମାର୍ଚ୍ଚ ୧୫ରେ ବୁମରା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ । ସଞ୍ଜନା ହେଉଛନ୍ତି ଜଣେ ଟିଭି ଉପସ୍ଥାପକ ।

ଅସୁସ୍ଥ ବୁମରା ନିକଟରେ ଭାରତୀୟ କ୍ରିକେଟ୍ ଦଳକୁ ଫେରିଥିଲେ । ପିଠିରେ ବାରମ୍ବାର ଯନ୍ତ୍ରଣା ଯୋଗୁଁ ବୁମରା ଚଳିତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡରେ ସର୍ଜରୀ କରିଥିଲେ । ସେବେଠାରୁ ଫିଟନେସ୍ ହାସଲ ପାଇଁ ପ୍ରୟାସ କରୁଥିଲେ । ଏହାପରେ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳର ଅଧିନାୟକ କରାଯାଇଥିଲା ।

ନିଜ ଜାଲରେ ନିଜେ ଫସିଛି ପାକିସ୍ତାନ; ଅଗଷ୍ଟରେ ଆତଙ୍କୀ ଆକ୍ରମଣରେ ବୃଦ୍ଧି ହୋଇଛି ୮୩ ପ୍ରତିଶତ

ପୁଣି ଥରେ ଏସିଆ କପ୍ ଲାଗି ଭାରତୀୟ ଦଳରେ ସାମିଲ୍ ହୋଇଥିଲେ ଯଶପ୍ରୀତ ବୁମରା । ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ବର୍ଷା ପାଇଁ ମ୍ୟାଚ୍ ରଦ୍ଦ ହୋଇ ଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ବର୍ଷା ପାଇଁ ବୋଲିଂ କରି ପାରି ନଥିଲା ।

ନେପାଳ ବିପକ୍ଷ ମ୍ୟାଚରେ ବୁମରା ନଥିବାରୁ ଆଜି ତାଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇ ପାରେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଶାମିଙ୍କୁ ସୁଯୋଗ ମିଳି ନଥିଲା । 

  • Jasprit Bumrah
  • Copyright © 2022 - Summa Real Media Private Limited. All Rights Reserved.