ମାଲକାନଗିରି : ମାଲକାନଗିରିର ଚିତ୍ରକୋଣ୍ଡା ଠାରେ ପ୍ରତିଷ୍ଠିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷ ଭାବେ ମମତା କୁମାରୀ ଝୋଡିଆ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଭାବେ କାର୍ଯରତ ଥିଲେ। ବର୍ତ୍ତମାନ ଓଡ଼ିଶା ଶିକ୍ଷା ସେବା -୧କୁ ପଦୋନ୍ନତି ପାଇ ସେ ମାଲକାନଗିରି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଭାବେ ଯୋଗ ଦେଇଛନ୍ତି।
ଶ୍ରୀମତୀ ଝୋଡିଆ କାର୍ଯରେ ଯୋଗ ଦେବା ପରେ ମାଲକାନଗିରି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ, ପ୍ରଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଅପରାହ୍ନରେ ଅଧ୍ୟକ୍ଷା ଶ୍ରୀମତୀ ଝୋଡିଆ ଏଫଏଲଏନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ଯାଇ ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କର୍ମଶାଳାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେମାନଙ୍କ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ପ୍ରଶଂସା କରିଥିଲେ।