ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ରାଜନୀତିରେ ଏଣ୍ଟ୍ରି କରିବେ କଙ୍ଗନା, କହିଲେ-‘ଏହା ତାଙ୍କ ପାଇଁ ସଠିକ୍‌ ସମୟ’

ନୂଆଦିଲ୍ଲୀ ୨୮/୦୨: ରାଜନୀତିରେ ଏଣ୍ଟ୍ରି କରିବାକୁ ନେଇ ଅନେକ ଥର ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌ । କିନ୍ତୁ ଏ ନେଇ ଆଦୌ ତରବର ନୁହନ୍ତି ବୋଲି ସେ ସବୁ ଥର କହିଛନ୍ତି । ଏବେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ ଏ ବିଷୟରେ ଆଲୋଚନା କରିଛନ୍ତି । ରାଜନୀତିରେ ପ୍ରବେଶ କରିବାର ଏହା ତାଙ୍କ ପାଇଁ ସଠିକ୍‌ ସମୟ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଫିଲ୍ମ ସେଟ୍‌ରେ ରାଜନୈତିକ ପାର୍ଟିଗୁଡ଼ିକ ସହିତ ମୁଁ ଲଢ଼େଇ କରିଛି । ମୁଁ ମୋ ଦେଶ ପାଇଁ ଯାହା କରିବାକୁ ଚାହୁଁଛି, ସେଥିପାଇଁ ମୋତେ ସୁଯୋଗ ମିଳିନି । କିନ୍ତୁ ମୁଁ ଯଦି ରାଜନୀତିରେ ପ୍ରବେଶ କରିବାକୁ ଚାହିଁବି, ତେବେ ମୋ ମତରେ ଏହା ହିଁ ଉଚିତ୍‌ ସମୟ ।’

ଆଗାମି ଲୋକସଭା ନିର୍ବାଚନରେ କଙ୍ଗନା ପ୍ରତିଯୋଗିତା କରିବେ କି ବୋଲି ଗତ ବର୍ଷ ଗଣମାଧ୍ୟମ କଙ୍ଗନାଙ୍କୁ ପ୍ରଶ୍ନ କରିଥିଲା । ସେ ଉତ୍ତର ଦେଇଥିଲେ ‘ଶ୍ରୀକୃଷ୍ଣଙ୍କ କୃପା ହେଲେ ନିର୍ବାଚନ ଲଢ଼ିବି ।’ ତେବେ ବର୍ଷ ଆରମ୍ଭରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଲେଖିଥିଲେ ‘ମୁଁ ଜଣେ ସମ୍ବେଦନଶୀଳ ଓ ବୁଦ୍ଧିମାନ ବ୍ୟକ୍ତି, ଜଣେ ରାଜନୈତିକ ବ୍ୟକ୍ତି ନୁହେଁ । ମୋତେ ଅନେକ ଥର ରାଜନୀତିରେ ଯୋଗ ଦେବାକୁ କୁହାଯାଇଛି, କିନ୍ତୁ ମୁଁ ପ୍ରତ୍ୟାଖ୍ୟାନ କରିଛି ।’ କଙ୍ଗନାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଏମର୍ଜେନ୍ସି’ । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.