ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାରାଙ୍କ ଉପରେ ରାଗିଲେ କାର୍ତ୍ତିକ୍‌, ସମ୍ପର୍କକୁ ନେଇ କହିଲେ ଏମିତି କିଛି

ମୁମ୍ବାଇ ୦୪/୧୨: କାର୍ତ୍ତିକ ଆର୍ଯ୍ୟନ ସାଧାରଣତଃ ବିଶେଷ ରାଗୁଥିବାର ଦେଖିବାକୁ ମିଳେ ନାହିଁ। ଅନ୍ୟ ତାରକାମାନଙ୍କ ଭଳି ଫଟୋଗ୍ରାଫରମାନଙ୍କୁ ଏଡାଇ ଯାଆନ୍ତି ନାହିଁ । ବରଂ ହସି ହସି ସେମାନଙ୍କ ସହ କଥାବାର୍ତ୍ତା ବି କରିଥାଆନ୍ତି। କିନ୍ତୁ ଏଭଳି ଖୁସି ମଜାକ୍ କାର୍ତ୍ତିକ ଅଚାନକ୍ ଏତେ ରାଗିଯିବାର କାରଣ କଣ ହୋଇପାରେ।  ପୁଣି ରାଗିଲେ ବି କାହା ଉପରେ ?  ନିଜର ପୂର୍ବ ପ୍ରେମିକା ତଥା ବାନ୍ଧବୀ ସାରା ଅଲ୍ଲି ଖାନଙ୍କ ଉପରେ। ଭାବୁଥିବେ କାହିଁକି ରାଗିଲେ କାର୍ତ୍ତିକ୍। 

ପ୍ରକୃତ କଥା ହେଲା ଏକ ଇଭେଣ୍ଟରେ ସାରାଙ୍କୁ ତାଙ୍କ ପୂର୍ବ ପ୍ରେମ ସମ୍ପର୍କ ଉପରେ କେତେ ଗୁଡିଏ ପ୍ରଶ୍ନ ପଚରାଯାଇଥିଲା। ବିନା ଲୁଚାଛପାରେ ସାରା ବେଶ ସୁନ୍ଦର ଢଙ୍ଗରେ ଉତ୍ତର ଦେଇଥିଲେ । କାର୍ତ୍ତିକ ନାଁ ନ ନେଇ ସାରା କହିଥିଲେ କି ଜଣଙ୍କ ସହ ତାଙ୍କର ଗଭୀର ପ୍ରେମ ଥିଲା। ସେ ଚେଷ୍ଟା କରିଥିଲେ ସମ୍ପର୍କକୁ ଆଗକୁ ନେବାର। କିନ୍ତୁ ପ୍ରେମର ନାଆରେ ନାଉରୀଆ ଦୁଇଜଣଙ୍କୁ ସାଜିବାକୁ ପଡିବ । ହେଲେ ସାରା ଏକୁଟିଆ କେତେ ବା ସମ୍ଭାଳିଥାଆନ୍ତେ । କାରଣ ଆର ଜଣଙ୍କ ସମ୍ପର୍କର ନୌକାକୁ ଆଗକୁ ନେବାକୁ ସେତେ ଆଗ୍ରହ ନଥିଲେ। ଫଳରେ ମଝି ନଇରେ ନୌକାକୁ ବୁଡିବା ଆଗରୁ ହିଁ ସାରା କୁଳକୁ ଫେରି ଆସିଥିଲେ। 

କିନ୍ତୁ ସାରାଙ୍କର ଏଭଳି କମେଣ୍ଟରେ କାର୍ତ୍ତିକ ରାଗି ଯାଇଛନ୍ତି । ସାରାଙ୍କୁ ପ୍ରତ୍ୟକ୍ଷ ଭାବେରେ କିଛି କହି ନାହାନ୍ତି ସତ। କିନ୍ତୁ କହିଛନ୍ତି ସଂପର୍କ ଥିବା ବେଳେ ଯେମିତି ପରସ୍ପରର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାଇବା ଉଚିତ୍ ନୁହଁ ଠିକ୍ ସେମିତି ସମ୍ପର୍କ ତୁଟିଗଲା ପରେ ମଧ ସେହି ଗୋପନୀୟତା ରଖିବା ଉଚିତ୍। କାର୍ତ୍ତିକଙ୍କ ରାଗ ଏଥିପାଇଁ ଯେ ସାରା ତାଙ୍କ ନାଁ ନନେଇ ବି ଏମିତି ଭାବରେ କହିଥିଲେ ଯେଉଁଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ କାର୍ତ୍ତିକ୍ ସମ୍ପର୍କକୁ ନେଇ ସିରିୟସ୍ ନଥିଲେ। କେବଳ ଟାଇମ୍ ପାସ୍ କରିବା ଉଦ୍ଦେଶ୍ୟରେ ସେ ସାରାଙ୍କ ସହ ରିଲେଶନସିପ୍ରେ ଥିଲେ ।  ପ୍ରକୃତରେ ଦୁହିଁଙ୍କ ମଧ୍ୟରେ କଣ ଥିଲା ତାହା ସେମାନଙ୍କୁ ହି ଜଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.