ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଇଁନ୍ତଳାରେ ପୁଣି ଅପେରା ଚାଲିଥିବା ବେଳେ ବନ୍ଦ କଲା କୋଶଳ ସେନା

ସଇଁନ୍ତଳା, ୧୩/୧୧ : ବଲାଙ୍ଗୀର ସଇଁନ୍ତଳାରେ ପୁଣି ଅପେରା ଚାଲିଥିବା ବେଳେ ବନ୍ଦ କଲା କୋଶଳ ସେନା। କୋଶଳ ଓ ପଶ୍ଚିମ ଓଡ଼ିଶାରେ କଟକି ଅପେରା ଚଳାଇ ଦେବୁନାହିଁ ବୋଲି କହିବା ସହ ଚେତାବନୀ ଦେଇଛି କୋଶଳ ସେନା।

ସୂଚନାନୁଯାୟୀ, ସଇଁନ୍ତଳା ବ୍ଲକ ଟେଣ୍ଡାପାଲି ଗାଁରେ ଲାଗିଥିଲା ସାବିତ୍ରୀ ଗଣନାଟ୍ୟ। ଅପେରା ଆରମ୍ଭ ହେବା ସମୟରେ କୋଶଳ ସେନାର ଯୁବକମାନେ ସେଠାରେ ପହଞ୍ଚିଥିଲେ। ତାସହ ସେହି ଗାଁର କିଛି ଲୋକ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇବା ଦ୍ୱାରା ଅପେରାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏବେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପେରା ଲାଗୁଥିବା ବେଳେ ତାକୁ ବନ୍ଦ କରୁଛନ୍ତି କୋଶଳ ସେନା। ସଇଁନ୍ତଳାରେ ମଧ୍ୟ ଏବେ ଅପେରା ବନ୍ଦ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.