ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରରେ ଅସୁସ୍ଥ କୁଜି ହରିଣ ମୃତ, ଆଉ ଦୁଇ ହରିଣଙ୍କ ଚାଲିଛି ଚିକିତ୍ସା

ବାରଙ୍ଗ,୧୪/୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬(କ) ଖୁଆଡ଼ରେ ଅସୁସ୍ଥ ଥିବା ୩ କୁଜି ହରିଣଙ୍କ ମଧ୍ୟରୁ ରବିବାର ସକାଳେ ଗୋଟିଏ ମାଈ  କୁଜି ହରିଣର ମୃତ୍ୟୁ ହୋଇଛି ।  ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ  କରାଯାଇ ନମୁନା ସଂଗ୍ରହ ପରେ  ପରୀକ୍ଷା ପାଇଁ ପଠାଯାଇଛି ।  

ସୂଚନାଯୋଗ୍ୟ, କିଛିଦିନ ହେବ  ୩ଟି କୁଜି ହରିଣ ଅସୁସ୍ଥ  ହୋଇପଡ଼ିଥିଲେ । ଠିକ ଭାବରେ  ଖାଦ୍ୟ ଗ୍ରହଣ ନକରି ଗୋଟିଏ  ସ୍ଥାନରେ ଶୋଇ ରହୁଥିଲେ ।  ତେଣୁ ପ୍ରାଣୀ ଚିକିତ୍ସକମାନେ  ୩ଟି ହରିଣକୁ ପୃଥକ କରି  ଚିକିତ୍ସା ଆରମ୍ଭ କରିଥିଲେ ।  ରବିବାର ସକାଳେ ସେଥିରୁ ଗୋଟିଏ ମାଈ କୁଜି ହରିଣ  ଅଚେତ ହୋଇପଡ଼ିଥିବା ଦେଖି  ଜନ୍ତୁ ରକ୍ଷକ କର୍ତ୍ତୃପକ୍ଷଙ୍କୁ ଖବର  ଦେଇଥିଲେ । ପ୍ରାଣୀ ଚିକିତ୍ସକ ଓ  ବିଭାଗୀୟ ଅଧିକାରୀ ଖୁଆଡ଼ରେ  ପହଞ୍ଚି ଅଚେତ ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମୃତ  ଘୋଷଣା କରିଥିଲେ । 

Copyright © 2022 - Summa Real Media Private Limited. All Rights Reserved.