ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ବନ୍ଧୁଙ୍କ ଅଭାବ ଦିନକୁ ୧୫ ସିଗାରେଟ୍‌ ଟାଣିବା ସହ ସମାନ, ଅଧ୍ୟୟନରୁ ଖୁଲାସା

Published By : Prameya | February 22, 2024 2:49 PM

ନୂଆଦିଲ୍ଲୀ ୨୨/୦୨: କେବଳ ଖାଦ୍ୟପେୟ ଓ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଲେ, ଆମେ ଦୀର୍ଘାୟୁ ହୋଇପାରିବା ନାହିଁ । ଅଷ୍ଟ୍ରେଲିଆରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଦୀର୍ଘାୟୁ ହେବା ପାଇଁ ଉପରୋକ୍ତ ଉପାୟ ପର୍ଯ୍ୟାପ୍ତ ନୁହେଁ । ୩ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏକ ଚିକିତ୍ସକୀୟ ସମୀକ୍ଷାରୁ ଜଣାପଡ଼ିଛି, ଏକ ମଜଭୁତ ସାମାଜିକ ବନ୍ଧନରୁ ଦୀର୍ଘ ଜୀବନର ସମ୍ଭାବନା ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥାଏ । ଅଧିକ ସାଙ୍ଗସାଥୀ କରୁଥିବା ଲୋକଙ୍କ ବୟସ କମ୍‌ ସାଙ୍ଗ ଥିବା ଲୋକଙ୍କ ତୁଳନାରେ ହାରାହାରି ୭ ବର୍ଷ ଅଧିକ ଜଣାପଡ଼ିଛି । 

ଇପିଏସ୍‌ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ନିବିଡ଼ ବନ୍ଧୁତା ସ୍ୱାସ୍ଥ୍ୟ ଉପରେ ୩୫ ଭିନ୍ନ ଭିନ୍ନ ଉପାୟରେ ସକାରାତ୍ମକ ପ୍ରଭାବ ପକାଏ । ମୋଟାମୋଟି କହିଲେ, ବନ୍ଧୁ ଥିଲେ ଦୀର୍ଘ ଜୀବନର ସମ୍ଭାବନା ବଢ଼ିବ । କିନ୍ତୁ ଯଦି ଆପଣଙ୍କ ପାଖରେ ସାଙ୍ଗ ନାହାନ୍ତି, ତେବେ ଶାରୀରିକ ଓ ମାନସିକ ସ୍ତରରେ ଆପଣଙ୍କର ବଡ଼ କ୍ଷତି ହୋଇଥାଏ । ଏହି କ୍ଷତି ଦିନକୁ ୧୫ ସିଗାରେଟ୍‌ ଟାଣିବା ସହ ସମାନ । ଅର୍ଥାତ୍‌ ଆପଣଙ୍କ ପାଖରେ ଯଦି ବନ୍ଧୁ ନାହାନ୍ତି, ତେବେ ଅଜାଣତରେ ଆପଣ ଚେନ୍‌ ସ୍ମୋକିଙ୍ଗ୍‌ କରୁଛନ୍ତି । ଅନ୍ୟପକ୍ଷେ, ଯେଉଁ ବ୍ୟକ୍ତିଙ୍କ ପାଖରେ ଏକାଧିକ ଘନିଷ୍ଠ ବନ୍ଧୁ ଅଛନ୍ତି, ସେ ଘରେ ବସି କିମ୍ବା କଥା ହୋଇ ୨-୪ କିମି ଚାଲିବାର ସୁଫଳ ପାଇଥାନ୍ତି ।

 ୭୦ ବର୍ଷ ବୟସର ୧୫୦୦ ଲୋକଙ୍କ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରାଯାଇଥିଲା । ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ, ବନ୍ଧୁଙ୍କ ସଂଖ୍ୟା ଓ ସେମାନଙ୍କ ସହ ମିଶିବାର ସମୟ, ପରିବାର ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିରୁ ଜଣାପଡ଼ିଲା, ଯଦି ବ୍ୟକ୍ତିଙ୍କ ପାଖରେ ମନ କଥା ବୁଝିପାରୁଥିବା ଜଣେ ଭଲ ବନ୍ଧୁ ଅଛନ୍ତି, ତେବେ ରୋଗ, କମ୍‌ ଅର୍ଥ, ପାରିବାରିକ ସମସ୍ୟା ଥାଇ ବି ତାଙ୍କ ଜୀବନକାଳ ବଢ଼େ । ଘରେ ଅଧିକ ସଦସ୍ୟ ଥିଲେ ଦୀର୍ଘାୟୁ ହେବାର ସମ୍ଭାବନା ବଢ଼େ । କିନ୍ତୁ ବନ୍ଧୁଙ୍କ ଭଳି ଏହା ସେତିକି ପ୍ରଭାବଶାଳୀ ନୁହେଁ ବୋଲି ଅଧ୍ୟୟନରୁ ଜଣାପଡ଼ିଲା । କିନ୍ତୁ ଅଧ୍ୟୟନର ଫଳାଫଳକୁ ଜାଣି ଆପଣ ବନ୍ଧୁ ତାଲିକାରେ ସୋସିଆଲ ମିଡିଆ ଫ୍ରେଣ୍ଡ୍‌ଙ୍କୁ ସାମିଲ କରନ୍ତୁ ନାହିଁ । କାରଣ ଏ ପ୍ରକାର ବନ୍ଧୁ ବୟସ ବଢ଼ାଇବାରେ କୌଣସି ସାହାଯ୍ୟ କରିପାରିବେ ନାହିଁ । ଏଥିପାଇଁ ଘନିଷ୍ଠ ବନ୍ଧୁ ଆବଶ୍ୟକ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.